ଦୁଇ ହଜାର ଟଙ୍କିଆ ନୋଟ କୁ ମାର୍କେଟରୁ ପ୍ରତ୍ୟାହାର କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ତେବେ ଏହା ଅଚଳ ହେବନି । ଲୋକେ ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍ ନିଜ ଆକାଉଣ୍ଟରେ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ମଧ୍ୟ ପାରିବେ। ସେପପ୍ଟେମ୍ବର ୩୦ ଯାଏ ଏହାର ସମୟ ସୀମା ରହିଛି। ଏକାଥରେ ଜଣେ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳାଇପାରିବ ।

ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କରେ ବ୍ୟବସ୍ଥା ରହିବ। ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମେ’ ୨୩ରୁ ବ୍ୟାଙ୍କମାନଙ୍କରେ ୨ ହଜାର ଟଙ୍କିଆ ବଦଳାଇ ହେବ। ୨୦୧୬ ନଭେମ୍ବରରେ ୨ ହଜାର ଟଙ୍କିଆ ପ୍ରଚଳନ ହୋଇଥିଲା।

Leave a Reply

Your email address will not be published. Required fields are marked *