ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତୀ ସମୟରେ ଅର୍ଥାତ ୭ ତାରିଖ ବେଳକୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାସହ ସମୁଦ୍ରର ସମାନ ଅଞ୍ଚଳରେ ଏହି ଲଘୁଚାପଟି ଅବପାତ ରୂପ ନେବାର ସମ୍ଭାବନନା ରହିଛି। ପରବର୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବା ସହ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳକୁ ମୁହାଁଇଵାର ସମ୍ଭାବନା ରହୁଛି। ଆଉ ଏହିସମୟରେ ଲଘୁଚାପ ଘନୀଭୂତ ହେବା ପାଇଁ ସମୁଦ୍ରର ପରିପାର୍ଶ୍ଵିକ ସ୍ଥିତି ସମ୍ପୂର୍ଣ ଅନୁକୂଳ ରହିଛି। ଆଉ ଏହି ଅନୁକୂଳ ସ୍ତିତିକୁ ନେଇ ବାତ୍ୟା ର ଆଶଙ୍କା ବି କରାଯଇପାରିବ । କିନ୍ତୁ ବର୍ତ୍ତମାନ ସମୟରେ ଆଞ୍ଚଳିକ ପାଣିପାଗ ତରଫରୁ ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ କ୍ଷେତ୍ର, ଯାହା ପରବର୍ତୀ ସମୟରେ ଆହୁରି ଘନୀଭୂତ ହେବ ତାର ଗତିପଥ ଏବଂ ପରବର୍ତୀ ତୀବ୍ରତା କଣ ରହିବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ଏହା କେଉଁ ଉପକୂଳ କୁ ଛୁଇଁବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସମ୍ଭାବ୍ୟ ବାତ୍ୟାର ଆଶଙ୍କା କୁ ନେଇ ଆମେ ଲଘୁଚାପର ଗତିବିଧିକୁ ନିରନ୍ତର ପର୍ଯ୍ୟବେକ୍ଷଣ କରୁଛୁ ବୋଲି କହିଛି ପାଣିପାଗ ବିଭାଗ।ପରବର୍ତୀ ସମୟରେ ଏନେଇ ତଥ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ବର୍ତ୍ତମାନ ସମୟରେ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସ୍ପଷ୍ଟ ହୋଇଛି। ୬ରୁ ୭ ତାରିଖ ବେଳକୁ ପବନର ବେଗ ୬୦ କିମି ପାଖାପଖି ରହିବାର ସମ୍ଭାବନା ରହିଛି।ଏହାର ପରେ ହିଁ କହିହେବ ଯେ ସମ୍ଭାବ୍ୟ ଲଘୁଚାପର କଣ ଆଶଙ୍କା ଓଡିଶା ଉପରେ ରହିଛି ।

ଅନ୍ୟପଟେ ବର୍ତମାନର ପାଣିପାଗ ସ୍ଥିତି ଅନୁସାରେ ଓଡିଶାରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗିରହିବ । ଆଭ୍ୟନ୍ତରୀଣ ଓଡିଶା ସହିତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଆଜି ବିଜୁଳି ଘଡଘଡି ସହ ବର୍ଷା ରହିବ। ବର୍ଷାକୁ ନେଇ ୧୮ ଜିଲ୍ଲାକୁ ଆଜି ପାଇଁ ହଳଦିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର , ଭଦ୍ରକ ,କେନ୍ଦ୍ରାପଡା ଯାଜପୁର ମୟୁରଭଞ୍ଜ କେଉଁଝର ଦେଓଗଡ ସୁନ୍ଦରଗଡ ଅନୁଗୁଳ ସମ୍ବଲପୁର ବୌଦ୍ଧ ସୋନପୁର ବଲାଙ୍ଗୀର କନ୍ଧମାଳ କଳାହାଣ୍ଡି ନବରଙ୍ଗପୁର କୋରାପୁଟ ରାୟଗଡା । ସେହିପରି ଆସନ୍ତା କାଲି ପାଇଁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନାନ ରହିଛି । ଏଥିପାଇଁ ୧୧ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି । ସେହିପରି ୪ ଓ ୫ ତାରିଖ ପରେ ରାଜ୍ୟରେ ବର୍ଷା କମିବା ସହ କୌଣସି ଚେତାବନୀ ନାହିଁ। ତେଣୁ କାଳବୈଶାଖୀ ର ପ୍ରଭାବ କମିବା ପରେ ୬ ତାରୀଖପାରେ ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ ଯେଉଁଠି ବର୍ତ୍ତମାନ ସ୍ୱାଭାବିକ ଠାରୁ ୫ ରୁ ୮ ଡିଗ୍ରୀ ତାପମାତ୍ରା କମ ରହିଛି ବୋଲି ସୂଚନା ଦେଇଛି ବିଭାଗ।

Leave a Reply

Your email address will not be published. Required fields are marked *