୩୨ ହଜାର ଝିଅ ଙ୍କ ଅପହରଣ କାହାଣୀ କହିବ “ଦି କେରଳ ଷ୍ଟୋରୀ”।ମେ ୫’ରେ ବଡ ପରଦାକୁ ଆସିବ ନର୍ସରୁ ଆଇଏସଏସ ଆତଙ୍କବାଦୀ ପାଲଟି ଯାଇଥିବା ଯୁବତୀଙ୍କ ବାସ୍ତବ କାହାଣୀ।ପ୍ରଥମେ ନିରୀହ ହିନ୍ଦୁ ଝିଅଙ୍କୁ ଟ୍ରାପରେ ପକାଇ ପରେ ବ୍ରେନ୍ଓ୍ୱାଶ କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଏ ଏବଂ ଅଜବ ବିଶ୍ୱାସ ଦିଆଯାଏ । କୁହାଯାଏ ହିଜାବ ପିନ୍ଧିଲେ ଝିଅ କେବେ ଦୁଷ୍କର୍ମର ଶିକାର ହୁଅନ୍ତି ନାହିଁ କୌଣସି ସମସ୍ୟାରେ ପଡ଼ନ୍ତି ନାହିଁ । ଧର୍ମ ପରିବର୍ତ୍ତନ ପରେ ସେମାନଙ୍କୁ ଆତଙ୍କବାଦୀଙ୍କ ମଧ୍ୟରେ ଛିଡ଼ା କରିଦିଆଯାଏ।ଏହାପରେ ଆରମ୍ଭ ହୁଏ ଖତରନାକ୍ କ୍ରାଇମ୍ । ଛାତି ଥରାଇବା ଭଳି ଦୃଶ୍ୟ । ଯାହା ସେମାନଙ୍କ କଳ୍ପନା ବାହାରେ।ସେହି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିବ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।ଯାହାର ଟ୍ରେଲର ଗତକାଲି ରିଲିଜ୍ ହୋଇଛି।ଯେଉଁଥିରେ ଅଦା ଶର୍ମାଙ୍କୁ ଶାଲିନୀ ଉନ୍ନିକୃଷ୍ଣନଙ୍କ ଚରିତ୍ରରେ ଦେଖିବାକୁ ମିଳିଛି।ଟ୍ରେଲର କିପରି ଧର୍ମଗୁରୁ କହୁଛନ୍ତି ସେମାନଙ୍କ ନିକଟତର ହୁଅ, ସମ୍ପର୍କ ବଢ଼ାଅ, ପରିବାର ଓ ସଭ୍ୟତାଠାରୁ ଦୂରେଇ ଦିଅ । ଶାରୀରିକ ସମ୍ପର୍କ ସ୍ଥାପନ କରି ପ୍ରେଗନେଂଟ କର । ତା ପରେ ଅନ୍ୟ ମିଶନକୁ ଆଗେଇ ଯାଅ ।ଶାଳିନୀ କିପରି ଫାତିମା ହେଲା ଏବଂ ଶେଷରେ ଆଇଏସଆଇଏସ ବା ଆତଙ୍କବଦ ରେ ସାମିଲ ହେଲା ତାହା ନିଚ୍ଛକ ଭାବେ ଏଥିରେ ବର୍ଣ୍ଣନା କରାଯାଇଛି । ଲଭ ଜିହାଦଠାରୁ ଆରମ୍ଭ କରି କେରଳକୁ କିପରି ଇସଲାମସିକ ଷ୍ଟେଟ କରାଯିବ ତାର ବ୍ଲୁ ପ୍ରିଂଟ ଏଥିରେ ଦେଖାଯାଇଛି ।

ଏହି ଫିଲ୍ମ ମେ ୫’ରେ ରିଲିଜ୍ ହେବାକୁ ଥିବାବେଳେ ଏହି ସିନେମାର ନିର୍ମାତା ସୁଦୀପ୍ତୋ ସେନ୍ ରହିଛନ୍ତି ଓ ବିପୁଳ ଅମୃତଲାଲ ସାହା ଏହାର ପ୍ରଯୋଜକ ରହିଛନ୍ତି।ଏଥିସହ ଚଳଚ୍ଚିତ୍ରରେ ରହିଛନ୍ତି ଯୋଗିତା ବିହାନୀ, ସୋନିଆ ବାନୀ ଏବଂ ସିଦ୍ଧି ଇଦନାନୀ।ଏହି କେରଳ ଷ୍ଟୋରି ଚଳଚ୍ଚିତ୍ର ଟି ହିନ୍ଦୀ,ତାମିଲ, ତେଲୁଗୁ ଏବଂ ମଲୟାଲାମ ଭାଷାରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।ପୂର୍ବରୁ କଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସ୍‌ରେ ରେକର୍ଡ କରିଛି। ସିନେମାଟି ବାସ୍ତବ ଘଟଣା ଉପରେ ଆଧାରିତ ହୋଇଥିବାରୁ ଲୋକେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହା ପରେ ପୁଣି ଏକ ସତ୍ୟ ଘଟଣାକୁ ନେଇ ଆସୁଛି ଫିଲ୍ମ “ଦି କେରଳ ଷ୍ଟୋରୀ”।ଏହି କାହାଣୀ କେବଳ ଶାଲିନୀଙ୍କ ଉପରେ ଆଧାରିତ ନୁହେଁ ବରଂ ଗାୟବ ହୋଇ ଯାଇଥିବା ୩୨ ହଜାର ମହିଳାଙ୍କୁ ନେଇ ଏହା ନିର୍ମାଣ ହୋଇଛି । ଦ କେରଳ ଷ୍ଟୋରୀ ଏକ ସତ୍ୟ ଘଟଣା ଉପରେ ଆଧାରିତ । ତେବେ ଏହା ବକ୍ସ ଅଫିସରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *