ସ୍ବସ୍ତି ପ୍ରିମିୟମ୍‌ରେ ଆରମ୍ଭ ହୋଇଛି ରାଜସ୍ଥାନୀ ଫୁଡ୍ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲ ଆଜି ଠୁ ଆରମ୍ଭ ହୋଇ ଚଳିତମାସ ୨୮ ତାରିଖ ଯାଏ ଚାଲିବ। ଫେଷ୍ଟିଭାଲ ସମୟରେ ଗ୍ରାହକ ଏଠାରେ ପ୍ରାୟ ୧୦୦ ପ୍ରକାରର ଖାଦ୍ୟର ମଜା ପାଇପାରିବେ ।ଏଥିସହ ଗ୍ରାହକ ଖାଦ୍ୟରେ ରାଜସ୍ଥାନୀ ପର୍ବାଣୀ ଏବଂ ସଂସ୍କୃତିର ଝଲକ୍ ଅନୁଭବ କରିବା ସହ ଲାଭେସ ରାଜସ୍ଥାନୀ କ୍ୟୁଜିନ୍ , ଲାଲ ମାଂସ, ସଫେଦ ମାଂସ, ମୁର୍ଗା ସାଗୱାଲା,ରାଜସ୍ଥାନୀ ପକୋଡ଼ା କରି ଭଳି ନନଭେଜ ସାଙ୍ଗକୁ , ହରା ମଟର ପରାଠା, ବାଜରେକା ରୋଟି, ଡାଲ ବତି ଚୁରୁମା ଭଳି ଭେଜ ଖାଇବା ଏବେ ରାଜଧାନୀରେ । ପୁର୍ବ ବର୍ଷ ଏହି ରାଜସ୍ଥାନୀ ଫୁଡ୍ ଫେଷ୍ଟିଭାଲ ରାଜଧାନୀବାସୀକୁ ପସନ୍ଦ ଆସିଥିବା ବେଳେ ଚଳିତ ବର୍ଷ ମଧ୍ୟ ବେଶ୍ ଲୋକଙ୍କ ଆଗମନ ହେବ ବୋଲି ଆଶା ରଖିଛନ୍ତି କର୍ତ୍ତୃପକ୍ଷ…

Leave a Reply

Your email address will not be published. Required fields are marked *