ସୃଷ୍ଟି ହେଲା ଲଘୁଚାପ। ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଓ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ପାଶ୍ୱବର୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ଲମ୍ବିଥିବା ବେଳେ ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ପରିଣତ ହେବ।୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ପରେ ଏହା ସାମୁଦ୍ରିକ ଝଡର ରୂପ ନେଇପାରେ । ସେହିଭଳି ୧୨ ତାରିଖ ବେଳକୁ ଏହାର ଗତି ପଥରେ ପରିବର୍ତନ ହେବ ଏହାପରେ ବାତ୍ୟା ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବ । ସେଠାରେ ପବନର ବେଗ ମଧ୍ୟ ଅଧିକ ରହିବ । କାଲିଠାରୁ ପବନର ବେଗ ୫୦ ରୁ ୬୦ ରହିବ । ତେବେ ବାତ୍ୟା ଉତ୍ତର- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ । ପରେ ଏହା ରିକର୍ଭ କରି ଧିରେ ଧିରେ ଉତ୍ତର ଏବଂ ଉତ୍ତର-ପୂର୍ବ ବାଙ୍ଗଲାଦେଶ- ମିଆଁମାର ଆଡକୁ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଫଳରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଦୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସମୁଦ୍ର ଆଶାନ୍ତ ରହିବ । ସମୁଦ୍ର ଭିତରେ ସର୍ବାଧିକ ଘଣ୍ଟା ପ୍ରତି ୮୦ କି.ମି, ବେଗରେ ବହିପାରେ ପବନ ୧୦ ଓ ୧୧ ତାରିଖ ବେଳକୁ ଆହୁରି ଆଶାନ୍ତ ହୋଇପାରେ ସମୁଦ୍ର । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସେଭଳି କିଛି ନିଦିଷ୍ଟ ପାଣିପାଗର ସୂଚନା ନଥିବା ବେଳେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏହାସହ ୯ ଜିଲ୍ଲା ଯେପରିକି ମାଲକାନଗିରି ,କୋରାପୁଟ,ରାୟଗଡା,ନବରଙ୍ଗପୁର ଗଜପତି ,ଗଂଜାମ, କନ୍ଧମାଳ ,ମୟୁରଭଞ୍ଜ ଓ ବାଲେଶ୍ୱର ରେ ୟେଲୋ ବର୍ଣ୍ଣିଙ୍ଗ ଜାରିକରଯାଇଛି । ମୁଖ୍ୟତଃ ରାଜ୍ୟରେ ଏବେ କାଳବୈଶାଖୀ ର ପ୍ରଭାବ ନଥିବା ବେଳେ ଧୀରେ ଧୀରେ ତାପମାତ୍ରା ବଢିବା ସହ ପାଗ ଶୁଖିଲା ରହିବ । ବର୍ତମାନ ଅନେକ ସହରରେ ୪୦ ତାପମାତ୍ରା ରହିଥିବା ବେଳେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ସମ୍ବଲପୁରରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି । ସେହିଭଳି ଝାରସୁଗୁଡାରେ ୪୦.୬, ହୀରାକୁଦରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ ହୋଇଛି । କେନ୍ଦୁଝରରେ ତାପମାତ୍ରା ୩୬ ଡିଗ୍ରୀ, ବାଲେଶ୍ୱରରେ ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ଖରା ବଢିବାର ସମ୍ଭାବନା ଥିବା ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଗଜପତିରେ ନୂଆଗଡରେ ୭୨.୪ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *