ଗତକାଲି ଅଭିନେତା, ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନଙ୍କର ମୃତ୍ୟୁ ଖବର ମିଳିଛି । ତେବେ ଏହା ମଧ୍ୟରେ ପୁଣି ଜଣେ ଅଭିନେତାଙ୍କ ପରଲୋକ ଘଟିଛି । ସାଉଥ ଫିଲ୍ମ ସହ ଜଡ଼ିତ ଜଣେ ଅଭିନେତା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନା ମୁତାବକ, ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଶରତଙ୍କ ମୃତ୍ୟୁ ନେଇ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ ଶୋକର ଲହରୀ ଖେଳଯାଇଛି । ଶରତ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିରେ ଜଣେ ଆଗଧାଡ଼ିର ଅଭିନେତା ଭାବେ ପରିଚିତ ଥିଲେ । ବୟସାଧିକ ଜନିତ ବିମାରୀରେ ସେ ପୀଡ଼ିତ ଥିବାରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଗତ ଏକମାସ ହେଲା ତାଙ୍କର ଚିକିତ୍ସା ଚାଲିଥିଲା ।

ଗତକାଲି ସକାଳୁ ଅଚାନକ ଶରତଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ସହ ତାଙ୍କର କୌଣସି ଅଙ୍ଗ କାମ କରିନଥିଲା । ତେଣୁ ତାଙ୍ଗୁ ସଙ୍ଗେସଙ୍ଗେ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଦ୍ୱିପ୍ରହର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ୧୯୭୩ ମସିହାରେ ଏକ ତେଲୁଗୁ ଫିଲ୍ମରୁ ଶରତ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରି ୨୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଥିଲେ । ଫିଲ୍ମ କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ତାଙ୍କୁ ନଅ ଥର ନନ୍ଦୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *