ସନ୍ନି ଲିଓନ ହେବେ କହୁଥିଲେ, ଲଜ୍ୟାରେ ବାପା ମା' ଗାଁ ଛାଡିଲେ

ଆଲବମ୍ ଅଭିନେତ୍ରୀ ନିଶା ମହାରଣା ଓରଫ ମଳିକ ଗଣମାଧ୍ୟମରେ କିଛିଦିନ ହେବ ଅଶ୍ଳୀଳ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଅଛନ୍ତି। ଏଥିଯୋଗୁଁ ସାମାଜିକ ତଥା ପାରିବାରିକ ଜୀବନ ବିଶୃଙ୍ଖଳିତ ହେଉଥିବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦାଏର ହୋଇଛି। ଇତିମଧ୍ୟରେ ଏକ ଖବର ଆସିଛି ଯେ, ତାଙ୍କ ବାପା-ମା’ ଝିଅର ଏଭଳି ବୟାନବାଜି ପାଇଁ ଗାଁ ଛାଡ଼ିଛନ୍ତି। ଲୋକଲଜ୍ଜା ଯୋଗୁଁ ଏବଂ ଟାହିଟାପରା ସହିନପାରି ସେମାନେ ଶୁକ୍ରବାର ରାତିରେ ଘର ଛାଡ଼ି କୁଆଡ଼େ ପଳାଇଛନ୍ତି। ନିଜ ମୋବାଇଲ ଫୋନ୍ ମଧ୍ୟ ସୁଇଚ୍ ଅଫ୍ କରିଛନ୍ତି। ବାସ୍ତବରେ ନିଶା ମହାରଣାଙ୍କ ପ୍ରକୃତ ସାଙ୍ଗିଆ ମହାରଣା ନୁହେଁ ; ତାଙ୍କ ସାଙ୍ଗିଆ ମଳିକ । କେନ୍ଦ୍ରାପଡ଼ା ବ୍ଳକ୍‌ ଅଧୀନ ଓସ୍ତପୁର ଗ୍ରାମପଞ୍ଚାୟତର ନାଗପୁର ମଳିକ ସାହି ଗ୍ରାମରେ ତାଙ୍କ ଘର। ଏଠାରେ ମାଟ୍ରିକ୍ ପାସ୍ ପରେ ସେ ଆଲବମ୍ ଦୁନିଆରେ ପାଦ ଥାପିଥିଲେ ।

ଆଲବମ୍ କରିବା ମଧ୍ୟରେ ସେ କେତୋଟି ଟିଭି ଧାରାବାହିକରେ କାମ କରିବାର ମଧ୍ୟ ସୁଯୋଗ ପାଇଥିଲେ । ନିଶାଙ୍କ ପରିବାର ଚଳଣି ଏତେଟା ଭଲ ନୁହେଁ । ବାପା ଦିନ ମଜୁରିଆ। ୪ ପିଲାପିଲିଙ୍କ ମଧ୍ୟରେ ନିଶା ହେଉଛନ୍ତି ଘରେ ସାନ। ସେମାନଙ୍କ ମଧ୍ୟରୁ ନିଶା ହିଁ ଅଧ୍ବକ ପଢ଼ିଛନ୍ତି । ଘରେ ଥିବା ବେଳେ ବାପାଙ୍କୁ କାମରେ ସହଯୋଗ କରୁଥିଲେ । ପିଲାଟି ବେଳୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା ଓ ସେ ଉଚ୍ଚାଭିଳାଷୀ ଥିଲେ। ପରେ ସେ ବାଲେଶ୍ଵରକୁ ଉଚ୍ଚଶିକ୍ଷା ପାଇଁ ଯାଇ ଆଲବମ୍ ଦୁନିଆ ସହ ପରିଚିତ ହୋଇଥିଲେ। ମନୋରଞ୍ଜନ ଜଗତ ସହ ତାଙ୍କର ସମ୍ପର୍କ କ୍ରମେ ନିବିଡ଼ ହୋଇଥିଲା । ଘରକୁ ଯେତେବେଳେ ବି ସେ ଆସୁଥିଲେ ବିଳାସପୂର୍ଣ୍ଣ ଦାମୀ କାର୍‌ରେ ଆସୁଥିଲେ ଓ ଚାଳଛପର ଘରେ ନରହି ହୋଟେଲରେ ରହିବାକୁ ପସନ୍ଦ କରୁଥିଲେ। କିଛି ମାସ ହେବ ଘରକୁ ଯିବାଆସିବା ତାଙ୍କର କମିଯାଇଥିଲା।

ଅଭିନୟ ସହ ସମ୍ପର୍କ ଯୋଡ଼ିବା ପରଠାରୁ କେନ୍ଦ୍ରାପଡ଼ାରେ ତାଙ୍କୁ ବିଶେଷ ଦେଖିବାକୁ ମିଳିନଥିଲା। ନିଜର ଅଭିନୟ ପାଇଁ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ। ଟେଲିଭିଜନ୍‌ରେ କାମ କରିବା ପରେ ବାପା-ମା’, ଭାଇଭଉଣୀ, ସାହିଭାଇ, ସାଙ୍ଗସାଥୀ ମଧ୍ୟ ନିଜକୁ ଗର୍ବିତ ଅନୁଭବ କରିଥିଲେ। ହେଲେ କିଛି ଦିନ ହେବ ଗଣମାଧ୍ୟମରେ ନିଜକୁ ପର୍ଣ୍ଣ ଷ୍ଟାର୍ ସନି ଲିଓନିଙ୍କ ସହ ତୁଳନା କରିବା ଓ ତାଙ୍କୁ ଅନୁସରଣ କରୁଥିବା କହିବା ଓ ବାରମ୍ବାର ଅଶ୍ଳୀଳ ଟିପ୍ପଣୀ ଦେବା ପରେ ବାପାମା’ ଓ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ଝିଅର ଏଭଳି ଆଚରଣ ପାଇଁ ଅପମାନ ବୋଧ କରିଥିଲେ । ଗାଁଗଣ୍ଡାରେ ମୁହଁ ଦେଖାଇବାକୁ ଲାଜ ଲାଗିଥିଲା। ଲୋକଙ୍କ ଟାହିଟାପରା ଅସହ୍ୟ ହୋଇପଡ଼ିଥିଲା। ଶେଷରେ ଲୋକଲଜ୍ଜାରୁ ଗଲାକାଲି ରାତିରୁ ସେମାନେ ଗାଁ ଛାଡ଼ି କେଉଁଆଡ଼େ ପଳାଇଛନ୍ତି। ଝିଅ ସହ କୌଣସି ସମ୍ପର୍କ ରଖିବାକୁ ମନା କରିଛନ୍ତି।

Leave a Reply

Your email address will not be published. Required fields are marked *