ଆସନ୍ତା ୫ ତାରିଖରେ ଚଳିତ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ରାତି ୮ ଟା ୪୪ରେ ସଂଗଠିତ ହେବ ଚନ୍ଦ୍ରଗ୍ରହଣ । ରାତି ୧୦ଟା ୫୨ରେ ଉପଛାୟାରେ ଚନ୍ଦ୍ରର ପୂର୍ଣ୍ଣ ପ୍ରବେଶ ହେବ । ରାତି ୧ଟା ୧ରେ ଉପଛାୟାରୁ ବାହାରିଯିବ ଚନ୍ଦ୍ର । ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକାରେ ଏହି ଉପଛାୟା ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଆରମ୍ଭରୁ ଶେଷ ୟାଏ ସଂଗଠିତ ହେବ । କିନ୍ତୁ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ ବୋଲି ସୂଚନା ଦେଇଛି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ।

Leave a Reply

Your email address will not be published. Required fields are marked *