ମେ ୧୨ ତାରିଖରେ ବଡପରଦା କୁ ଆସିବ ଫିଲ୍ମ ଫାଲଗୁନ ଚୈତ୍ର।ଯେଉଁଥିରେ ଓଡ଼ିଆତ୍ୱ ର ଛାପ ସାଙ୍ଗକୁ ନିଜର ଗାଆଁ,ମାଟି ଓ ନିଜ ପରିବାର ର ପ୍ରତିଛବି କୁ ଅନୁଭବ କରିପାରିବେ ଦର୍ଶକ। ବର୍ତ୍ତମାନ୍ ପର୍ଯ୍ୟନ୍ତ ଚଳଚ୍ଚିତ୍ରର ଟିଜର, ଟ୍ରେଲର ଓ ୩ ଟି ଗୀତ କୁ ଦର୍ଶକ ଢ଼େର ସାରା ଭଲ ପାଇବା ଦେଇସରିଥିବା ବେଳେ ଏବେ ଏହାର ମୁକ୍ତିଲାଭ ଅପେକ୍ଷା ରେ ରହିଛନ୍ତି ଦର୍ଶକ।ଏଥିସହ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚଳଚ୍ଚିତ୍ର ଟି ସାରା ଦେଶ ବ୍ୟାପି ରିଲିଜ୍ ହେବ ।ଆଦ୍ୟା ଜଗଦେବ ଓ ବାବୁସାନ୍ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଉଠାଇଚନ୍ତି ପିନାକୀ ସିଂ ଓ ଶିଶିର କୁମାର ସାହୁ।ଏହି ଚଳଚିତ୍ରଟିର ପ୍ରଯୋଜନା ରେ ଶକ୍ତି ଜଗଦେବ ପ୍ରଯୋଜକ ଭାବେ ରହିଥିବା ବେଳେ ସହ ପ୍ରଯୋଜକ ଭାବରେ ରହିଛନ୍ତି ବାବୁଶାନ୍ ମହାନ୍ତି। ଏବଂ କାହାଣୀ ରଚନା କରିଛନ୍ତି ଡ. ସୁଲଗ୍ନା ମହାନ୍ତି ଓ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରଣବ ପ୍ରସନ୍ନ ରଥ ।ଏଥିସହ ମୁଖ୍ୟଭୁମିକାରେ ରହିଛନ୍ତି ଚୌଧୁରୀ ଜୟ ପ୍ରକାଶ ଦାସ, ଭସ୍ଵତି ବସୁ, ସୁକାନ୍ତ ରଥ, ପାର୍ଥ ସାରଥୀ ରାୟ, ଅନନ୍ୟା ମିଶ୍ର,ବି. ଏମ୍. ବୈଶାଳୀ ପମୁଖ ଅଭିନୟ କରିଛନ୍ତି।ଫିଲ୍ମ ର ଗୁରୁତ୍ଵ ବହନ କରୁଥିବା ଗୀତ ଗୁଡ଼ିକ ଲେଖିଛନ୍ତି ସ୍ଥିତ ପଟ୍ଟନାୟକ, ଜେପି ୱାର୍ଡ ସ୍ମିଥ୍ ଓ ସୁମିତ ପଣ୍ଡା ।ଏହି ଫିଲ୍ମ ଟି ଓଡ଼ିଆ ଦର୍ଶକ ଙ୍କୁ ହଲ୍ ରେ ବାନ୍ଧି ରଖିବ ବୋଲି ଆଶା ରଖିଛନ୍ତି ଚଳଚ୍ଚିତ୍ର ର ସମସ୍ତ ସଦସ୍ୟ….

Leave a Reply

Your email address will not be published. Required fields are marked *