ଆଜିକାଲି ଆଧାର କାର୍ଡ ସମସ୍ତଙ୍କ ପାଇଁ ପ୍ରଥମ ପରିଚୟ ପତ୍ର ଭାବରେ ଗଣାଯାଉଛି । ପ୍ରତ୍ୟେକ କାମରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଆଧାର କାର୍ଡରେ ପ୍ରକୃତ ଏବଂ ସଠିକ ତଥ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ଅନେକ ସମୟରେ କିଛିଲୋକଙ୍କର ଡାଟା ଆଧାର କାର୍ଡରେ ଭୁଲ ରହିଥାଏ, ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବର୍ତ୍ତମାନ ମାଗଣାରେ ଏହାକୁ ଅପଡେଟ କରିବା ପାଇଁ ସୁଯୋଗ ଆଣିଛି UIDAI ।

ଏପରିକି ନିଜର କିଛି ଡିଟେଲ୍ସ ଆପଣ ଘରେ ବସି ପୋର୍ଟାଲ ସାହାଯ୍ୟରେ ଅପଡେଟ କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମୟ ରହିଛି । ଏହା ଭିତରେ ଆପଣଙ୍କ ଆଧାର କାର୍ଡରେ ଥିବ ଭୁଲ ତଥ୍ୟର ଆପଣ ମାଗଣାରେ ସଂଶାଧନ କରିପାରିବେ । କିନ୍ତୁ ଏହି ତାରିଖ ପରେ ସଂଶୋଧନ ପାଇଁ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ ।

କିପରି କରିବେ ଅପଡେଟ?

•ମୋବାଇଲ ନମ୍ବର ଜରିଆରେ https://myaadhaar.uidai.gov.in/ ରେ ଲଗ୍ ଇନ୍ କରନ୍ତୁ
•ଏହାପରେ ନିଜ ଆଧାର ନମ୍ବର ଏବଂ ଓଟିପି ଅପଲୋଡ କରନ୍ତୁ
•ଏହାପରେ ଡକ୍ୟୁମେଣ୍ଟ ଅପଡେଟକୁ ସିଲେକ୍ଟ କରନ୍ତୁ ଏବଂ ଭେରିଫାଏ କରନ୍ତୁ
•ଡ୍ରପ ଲିଷ୍ଟରେ ନିଜ ଆଇଡି ପ୍ରୁଫ ଏବଂ ଆଡ୍ରେସ ପ୍ରୁଫ ସ୍କାନ କରି ଅପଲୋଡ କରିନିଅନ୍ତୁ
•ସବମିଟ ଉପରେ କ୍ଲିକ କରନ୍ତୁ, ଏହାପରେ ଆପଣଙ୍କୁ ଏକ ରିକ୍ୟୁଏଷ୍ଟ ନମ୍ବର ମିଳିବ ଏବଂ ଆଧାର ଅପଡେଟ ଫର୍ମ ସବମିଟ ହୋଇଯିବ ।
•ରିକ୍ୟୁଏଷ୍ଟ ନମ୍ବର ଜରିଆରେ ନିଜ ଆଧାରର ଷ୍ଟାଟସ ଜାଣିପାରିବେ ।

Leave a Reply

Your email address will not be published. Required fields are marked *