ଭିଜିଲାନ୍ସ ହାତରେ ପୁଣିଜଣେ ସରକାରୀ ବାବୁ, ନୟାଗଡ଼ ପୌରପରିଷଦ ଆକାଉଣ୍ଟାଣ୍ଟଙ୍କୁ ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ ପୌରପରିଷଦ ଆକାଉଣ୍ଟାଣ୍ଟ ଅଜୟ କୁମାର ସାଥୁଆ । ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ହାତରେ ନୟାଗଡ଼ ପୌରପରିଷଦ ଆକାଉଣ୍ଟାଣ୍ଟ ଅଜୟ କୁମାର ସାଥୁଆ ଆଜି ଧାରା ପଡିଛନ୍ତି । କଣ୍ଟାକ୍ଟର ଜଗବନ୍ଧୁ ଶିଅଙ୍କ ସିକ୍ୟୁରିଟ ଟଙ୍କା ପାସ୍ କରାଇଦେବା ପାଇଁଁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି । ନୟାଗଡ଼ ଭିଜିଲାନ୍ସ ପକ୍ଷରୁ ଅଜୟ ସାଥୁଆଙ୍କ ଇଟାମାଟି ସ୍ଥିତ ନିଜ ଘର ଉପରେ ଚଢାଉ ହୋଇଥିବାର ଜଣାପଡିଛି ।ଅଜୟଙ୍କ ଉପରେ ଆଗରୁ ଭିଜିଲାନ୍ସ ନଜର ରଖିଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *