ଫ୍ରାଇଡେ ଅର୍ଥାତ୍ ମେ ୧୨ ରେ ବଡ ପରଦାକୁ ଆସିବ ଫାଲଗୁନ ଚୈତ୍ର। ଓଡ଼ିଶା ସମେତ ଏହି ଫିଲ୍ମ ସାରା ବିଶ୍ବରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ଦମନ ଏବଂ ଏଡିୟୁ ଗୋଦାର ଭଳି ଓଡ଼ିଆ ଫିଲ୍ମର ଜାତୀୟ ସ୍ତରରେ ସଫଳତା ପରେ ‘ଫାଲଗୁନ ଚୈତ୍ର’ ଫିଲ୍ମ ବର୍ତ୍ତମାନ ବିଶ୍ବସ୍ତରରେ ରିଲିଜ କରିବ ।

ଦର୍ଶକ ଏହି ଫାଲଗୁନ ଚୈତ୍ର ଚଳଚ୍ଚିତ୍ରରେ ଓଡ଼ିଆତ୍ୱ ର ଛାପ ସାଙ୍ଗକୁ ନିଜର ଗାଆଁ,ମାଟି ଓ ନିଜ ପରିବାର ର ପ୍ରତିଛବି କୁ ଅନୁଭବ କରିବା ସହ ଦେଖିବାକୁ ପାଇବେ ଫିଲ୍ମର ନାୟିକା କାବ୍ୟା ଜଣେ ଆର୍କିଟେକ୍‌ଟ । ଗୃହ ନିର୍ମାଣ, ବାସ୍ତୁକଳାରେ ସେ ପୁରା ଦକ୍ଷ । ପାହାଡ଼ିଆ ଅଞ୍ଚଳରେ ଥିବା ଛୋଟ ସହରରେ ଏକ କୋଠାର ନିର୍ମାଣ ଦାୟିତ୍ୱ ନେଇଛନ୍ତି ସେ । ସେଠାରେ କାବ୍ୟାଙ୍କର ସ୍ମୃତିଙ୍କର ସହ ଭେଟ ହୁଏ । ସ୍ମୃତି ଜଣେ ଇଣ୍ଟେରିୟର ଡେକୋରେଟର । କାମ କରିବା ବେଳେ ଏମାନେ ଉଭୟ ପ୍ରେମରେ ପଡ଼ନ୍ତି । ହେଲେ ପରବର୍ତ୍ତୀ ସମୟରେ ଏମିତି ଘଟଣା ଘଟେ ଯାହା ଉଭୟଙ୍କ ଜୀବନର ମୋଡ଼ ବଦଳାଇଦେଉଛି।

ଏହି ଚଳଚ୍ଚିତ୍ର ଟି ଆଦ୍ୟା ଜଗଦେବ ଓ ବାବୁସାନ୍ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଉଠାଇଚନ୍ତି ପିନାକୀ ସିଂ ଓ ଶିଶିର କୁମାର ସାହୁ।ଏହି ଚଳଚିତ୍ରଟିର ପ୍ରଯୋଜନା ରେ ଶକ୍ତି ଜଗଦେବ ପ୍ରଯୋଜକ ଭାବେ ରହିଥିବା ବେଳେ ସହ ପ୍ରଯୋଜକ ଭାବରେ ରହିଛନ୍ତି ବାବୁଶାନ୍ ମହାନ୍ତି। ଏବଂ କାହାଣୀ ରଚନା କରିଛନ୍ତି ଡ. ସୁଲଗ୍ନା ମହାନ୍ତି ଓ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରଣବ ପ୍ରସନ୍ନ ରଥ ।ଏଥିସହ ମୁଖ୍ୟଭୁମିକାରେ ରହିଛନ୍ତି ଚୌଧୁରୀ ଜୟ ପ୍ରକାଶ ଦାସ, ଭସ୍ଵତି ବସୁ, ସୁକାନ୍ତ ରଥ, ପାର୍ଥ ସାରଥୀ ରାୟ, ଅନନ୍ୟା ମିଶ୍ର,ବି. ଏମ୍. ବୈଶାଳୀ ପମୁଖ ଅଭିନୟ କରିଛନ୍ତି।ଫିଲ୍ମ ର ଗୁରୁତ୍ଵ ବହନ କରୁଥିବା ଗୀତ ଗୁଡ଼ିକ ଲେଖିଛନ୍ତି ସ୍ଥିତ ପଟ୍ଟନାୟକ, ଜେପି ୱାର୍ଡ ସ୍ମିଥ୍ ଓ ସୁମିତ ପଣ୍ଡା ।ଏହି ଫିଲ୍ମ ଟି ଓଡ଼ିଆ ଦର୍ଶକ ଙ୍କୁ ହଲ୍ ରେ ବାନ୍ଧି ରଖିବ ବୋଲି ଆଶା ରଖିଛନ୍ତି ଚଳଚ୍ଚିତ୍ର ର ସମସ୍ତ ସଦସ୍ୟ।

Leave a Reply

Your email address will not be published. Required fields are marked *