ବିଧାୟିକା ଭାବେ ଶପଥ ନେଲେ ଦୀପାଳି । ଝାରସୁଗୁଡାର ନବ ନିର୍ବାଚିତ ବିଧାୟକ ଭାବେ ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କୁ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ସୂଚନା ଥାଉକି, ପୂର୍ବ ଯୋଜନା ଅନୁଯାୟୀ ବିଧାନସଭାବେର ପହଞ୍ଚିଥିଲେ ଦୀପାଳି ଦାସ । ପରେ ଝାରସୁଗୁଡ଼ାର ନବନିର୍ବାଚିତ ବିଧାୟକ ଭାବେ ଶପଥ ନେଇଛନ୍ତି ଦୀପାଳି ଦାସ । ଏହି ସମୟରେ ବିଜେଡିର ଅନେକ ବିଧାୟକ ଓ ଦୀପାଳି ଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ।

ସେପଟେ ଝାରସୁଗୁଡ଼ା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ରବିବାର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତାଙ୍କୁ ଆଶୀର୍ବାଦ ନେଇଛନ୍ତି । ଦୀପାଳିଙ୍କ ସହିତ ଭାଇ ବିଶାଳ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ଅନୁଷ୍ଠିତ ହୋଇଥିବା ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ୍‌ । ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କୁ ବଡ ବ୍ୟବଧାନରେ ହରାଇଛନ୍ତି ଦୀପାଳି

Leave a Reply

Your email address will not be published. Required fields are marked *