ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିଛି । ଦୀପାଳି ଦାସ ୪୮ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦୀପାଳିଙ୍କୁ ୧ଲକ୍ଷ ୭ହଜାର ୩ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଛି । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଝିଅ ଦୀପାଳ ଦାସ । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ । ଝାରସୁଗୁଡାରେ ପ୍ରଥମ ଥର ପାଇଁ ୧ଲକ୍ଷରୁ ଅଧିକ ଭୋଟ୍ ପାଇଛି ବିଜେଡି । ଗତ ନିର୍ବାଚନରେ ନବ ଦାସ ସର୍ବାଧିକ ୯୮ ହଜାର ୬୨୦ ଭୋଟ୍ ପାଇଥିଲେ

Leave a Reply

Your email address will not be published. Required fields are marked *