ଦ କେରଲା ଷ୍ଟୋରୀ ବକ୍ସ ଅଫିସରେ କରୁଛି ଧମାଲ।୨ୟ ଦିନରେ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରି ୧୧ କୋଟିରୁ ଊର୍ଦ୍ଧ୍ବ କଲେକ୍ସନ କରିଛି କେରଲା ଷ୍ଟୋରୀ।

ଟ୍ରେଲର ରିଲିଜ ହେବା ଦିନଠାରୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଓ ବିରୋଧ ଦେଖା ଦେଇଥିବା ଫିଲ୍ମ ଦି କେରଲା ଷ୍ଟୋରୀ ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।ଫିଲ୍ମ ଆନାଲିଟିଷ୍ଟ ତରଣ ଆଦର୍ଶ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଦି କେରଲା ଫାଇଲ୍ସ ଫିଲ୍ମର ଦ୍ୱିତୀୟ ଦିନର ବକ୍ସ ଅଫିସ କଲେକ୍ସନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପ୍ରଥମ ଦିନରେ 8.03 କୋଟି ଟଙ୍କା କଲେକ୍ସନ କରିଥିବା ଫିଲ୍ମ ସର୍ବମୋଟ 19.25 କୋଟି ଟଙ୍କା ଲାଭ କରିଛି।

ଏହି ଫିଲ୍ମରେ କେହି ବି ବଡ ଷ୍ଟାର ନାହାନ୍ତି । ଏହା ସତ୍ୱେ ଲୋକେ ବାସ୍ତବଧର୍ମୀ ଏହି ଫିଲ୍ମକୁ ପସନ୍ଦ କରିଛନ୍ତି। ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ଓ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ଏହି ଫିଲ୍ମ ରେ ମୁସଲମାନ ଯୁବକ ମାନଙ୍କୁ ହିନ୍ଦୁ ଝିଅ ମାନଙ୍କୁ ଫସାଇବାକୁ ତାଲିମ ଦେଉଥିବା ନେଇ ଦର୍ଶାଯାଇଛି । ଏହା ପରେ ସେମାନେ ଅଣ ମୁସଲମାନ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅ ମାନଙ୍କର ଧର୍ମାନ୍ତରୀକରଣ କରାଯିବା ପରେ ସେହି ଝିଅ ମାନଙ୍କୁ ଇସଲାମୀ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସେକ୍ସ ସ୍ଲେଭ ଭାବେ ପଠାଇ ଦିଆଯାଏ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଏହାକୁ ନିଖୁଣ ଭାବେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *