ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ବାଜିମାତ କରିଛନ୍ତି ଛାତ୍ରୀ ।ଦେଶରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ଥର ଦ୍ବାଦଶରେ ୫.୩୮ ପ୍ରତିଶତ ପାସ୍ ହାର କମିଥିବା ବେଳେ, ଦଶମରେ ୧.୨୮ ପ୍ରତିଶତ କମିଛି ।

ସିବିଏସଇ ଦ୍ବାଦଶ ଶ୍ରେଣୀରେ ୧୬ ଲକ୍ଷ ୬୦ ହଜାର ୫୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୧୪ ଲକ୍ଷ ୫୦ ହଜାର ୧୭୪ ଜଣ । ଦ୍ବାଦଶରେ ମୋଟ ପାସ ହାର ୮୭.୨୩ ପ୍ରତିଶତ ରହିଛି। ଗତବର୍ଷ ଅପେକ୍ଷା ଏଥର ପାସ ହାର ୫. ୩୮ ପ୍ରତିଶତ ହ୍ରାସ ପାଇଛି । ସେହିପରି ଦଶମ ଶ୍ରେଣୀରେ ମୋଟ ୨୧ ଲକ୍ଷ ୬୫ ହଜାର ୮୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏଥିରୁ ପାସ କରିଛନ୍ତି ୨୦ ଲକ୍ଷ ୧୬ ହଜାର ୭୭୯ ଜଣ ଛାତ୍ରଛାତ୍ରୀ। କେରଳର ତିରୁଭନନ୍ତପୁରମରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାସ ହାର ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି।
ଏଥର ଝିଅ ମାରିଲେ ବାଜି। ଦ୍ବାଦଶରେ ଝିଅଙ୍କ ପାସ ହାର ୯୦.୬୮ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ରହିଛି ୮୪.୬୭ ପ୍ରତିଶତ ।

ସେପଟେ ଦଶମ ଶ୍ରେଣୀରେ ଝିଅଙ୍କ ପାସ ହାର ୯୪.୨୫ ପ୍ରତିଶତ ରହିଥିବା ବେଳେ ପୁଅଙ୍କର ୯୨.୨୭ ପ୍ରତିଶତ ରହିଛି। ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଆଗୁଆ ରହିଛନ୍ତି ଛାତ୍ରୀ। କଠିନ ପରିଶ୍ରମ ଓ ନିଷ୍ଠା ହିଁ ସେମାନଙ୍କୁ ଆଗକୁ ନେଇଛି ବୋଲି କହିଛନ୍ତି ଛାତ୍ରୀ। ରେଜଲ୍ଟ ପ୍ରକାଶ ପରେ ରାଜଧାନୀର ବିଭିନ୍ନ ସ୍କୁଲରେ ଦେଖିବାକୁ ମିଳିଛି ସେଲିବ୍ରେସନ୍। କେଉଁଠି ମିଠା ବଣ୍ଟାଯାଇଛି ତ କେଉଁଠି ଲଡୁ। ସେପଟେ କଟକରେ ମଧ୍ୟ ଛାତ୍ରୀଙ୍କ ରେଜଲ୍ଟ ଭଲ ହୋଇଛି। କଟକର ସ୍ମୃତି ସୁଦ୍ଧା ଓଝା 98.2 ପ୍ରତିଶତ ନମ୍ବର ରଖିଛନ୍ତି । ସିବିଏସଇ ରେଜଲ୍ଟ ବାହାରିବା ପରେ ସିଏଚସିଇ ରେଜଲ୍ଟକୁ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *