ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ଚଳିତବର୍ଷ ମାଟ୍ରିକ ପାସ୍ ହାର 96.4 ପ୍ରତିଶତ । ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଚଳିତ ବର୍ଷ 5 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। 3,222 ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କର ପାସହାର ରହିଛି ୯୫.୭୫ ପ୍ରତିଶତ ।

ଜଗତସିଂହପୁରର ପାସହାର ସର୍ବାଧିକ ୯୭.୯ ପ୍ରତିଶତ ରହିଛି । A୧- 4,158 ଓ A୨ -29,855
B୧-77762 ଓ B୨-1,19120 ପରୀକ୍ଷାର୍ଥୀ ପାସ କରିଛନ୍ତି ।


ଦିନ ୧୨ଟାରେ ୱେବସାଇଟ୍‌ ରେ ଉପଲବ୍ଧ ହେବ । www.bseodisha.ac.in ରେ ନିଜ ନିଜ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନାହିଁ ସେମାନେ ମୋବାଇଲରେ ମେସେଜକୁ ଯାଇ OR 10 ସ୍ପେସ ରୋଲ ନମ୍ବର ଲେଖି 5676750ରେ ଏସଏମଏସ କଲେ ରେଜଲ୍ଟ ପାଇପାରିବେ। ପରୀକ୍ଷା ଫଳ ଜନିତ କିଛି ଅଭିଯୋଗ କିମ୍ବା ଅସୁବିଧା ଥିଲେ ବୋର୍ଡ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା ୦୬୭୧ ୨୪୧୫୪୬୦ ।

Leave a Reply

Your email address will not be published. Required fields are marked *