ଭୁବନେଶ୍ୱର ଷ୍ଟେସନରୁ ଯାତ୍ରାକରି ପୁରୀରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ । ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଟ୍ରେନ ଛାଡ଼ିଥିଲା । ପରେ ପରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।ଖଡ଼ଗପୁର, ଭଦ୍ରକ, ଯାଜପୁର , କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରେ ଏହି ଅତ୍ୟାଧୁନିକ ଟ୍ରେନ୍ ୨ ମିନିଟ ଲେଖାଏଁ ରହିଥିଲା । ପୁଣି ୧.୫୦ ମିନିଟରେ ପୁରୀ ଛାଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ରାତି ୮ଟା ୩୦ରେ ହାୱଡାରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।
ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ।

Leave a Reply

Your email address will not be published. Required fields are marked *