ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସ ।୧୦୨ ବର୍ଷରେ ଆଖି ବୁଜିଛନ୍ତି ଭୁଦାନ ଆନ୍ଦୋଳନର ଅନ୍ୟତମ ନେତା ନିଶାକର ଦାସ ।ଭୋର ୫ଟା ୩୦ ସମୟରେ କୋରାପୁଟର ପାଡୁଆ ସ୍ଥିତ କୁଲାବିର ଆଶ୍ରମରେ ତାଙ୍କ ଦେହାନ୍ତ ହୋଇଛି ।ଯାଜପୁର ଜିଲ୍ଲାର ସିଂହପୁର ଗାଁରେ ଏକ ବୈଷ୍ଣବ ପରିବାରରେ ତାଙ୍କର ଜନ୍ମ ।

ଛୋଟ ବେଳୁ ଦାରିଦ୍ର୍ୟ, ଅସ୍ପୁଶ୍ୟତା, ସାମାଜିକ ଘୃଣା ବିରୋଧରେ ସେ ଲଢ଼ିଥିଲେ । ପରେ ସେ ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏପରିକି ବିନୋବା ଭାବେଙ୍କ ସହ ପଦଯାତ୍ରାରେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଗ୍ରାମଦାନ ଆନ୍ଦୋଳନ ବିଷୟରେ ଲୋକଙ୍କୁ ବୁଝାଉଥିଲେ ।ଏଥିସହ ସେ ୧୦୨ ବର୍ଷ ବୟସରେ କୋରାପୁଟର ଗାଁ ଗାଁରେ ବୁଲି ସ୍ୱରାଜ ସଂଗୀତ ଗାନ କରୁଥିଲେ । ତାଙ୍କ ଆତ୍ମଜୀବନୀ ଇଂରାଜୀ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି ।

Leave a Reply

Your email address will not be published. Required fields are marked *