ଦେବଦାସ,ପାରୋ,ଚନ୍ଦ୍ରମୁଖୀ ଙ୍କ ତ୍ରିକୋନୀୟ ପ୍ରେମ ଗାଥା ଦେଖି ବୀମୋହିତ ହେଲେ ଦର୍ଶକ। ଦେବଦାସ – ମ୍ୟୁଜିକାଲ୍ ପ୍ଲେ’ ଦେଖିବାକୁ ହାଉସ୍ ଫୁଲ ହେଲା ରବୀନ୍ଦ୍ର ମଣ୍ଡପ। ତାଳି ରେ କମ୍ପିଲା ସାରା ପରିବେଶ। ଗୋଟିଏ ପରେ ଗୋଟିଏ ସିନ ମନରେ ଭରୁଥିଲା ଅପୂର୍ବ ରୋମାଞ୍ଚ। ଆଗକୁ କଣ ହେବ ଦେଖିବାକୁ ଚାହିରହିଥିଲେ ଦର୍ଶକ।ପ୍ରଥମ ଥର ପାଇଁ ଓଡିଆରେ ରବୀନ୍ଦ୍ର ମଣ୍ଡପ ରେ ମଞ୍ଚସ୍ଥ ହୋଇଛି ନାଟକ ‘ଦେବଦାସ – ମ୍ୟୁଜିକାଲ୍ ପ୍ଲେ’।ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ ରେ “ଦେବଦାସ” ର ମୁଖ୍ୟ ଭୂମିକା ନିଭାଇଛନ୍ତି ଅଭିନେତା ରାଣୋ ଜୟ, ପାରୋ ଭୂମିକାରେ ଅଛନ୍ତି ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ବୈଶାଳୀ ।ନାଟକ ଟି ଦର୍ଶକ ଙ୍କ ହୃଦୟ କୁ ଛୁଇଁବା ସହ ଅଭିନେତା ,ଅଭିନେତ୍ରୀ ଙ୍କ ଅଭିନୟ ବିମୋହିତ ମଧ୍ୟ କରିଥିଲା ଦର୍ଶକ ଙ୍କୁ।ପୂର୍ବରୁ ନାଟକ ‘ଆହେ ନୀଳ ଶୈଳ’, ‘ନବକଳେବର’, ‘ବୟସର ଅନ୍ତେ’ ନାଟକ ସଫଳତା ହାସଲ କରିବା ପରେ ମଲ୍ଟି ସିନେ ଷ୍ଟାର ଙ୍କୁ ନେଇ କରାଯାଇଥିଲା ଏହି ଦେବଦାସ -ମ୍ୟୁଜିକାଲ ପ୍ଲେ। ଯାହା ଦେଖିବାକୁ ଆଜି ହାଉସ୍ ଫୁଲ ରହିଥିଲା ରବୀନ୍ଦ୍ର ମଣ୍ଡପ।ଏଥିସହ ଦେବଦାସ- ମ୍ୟୁଜିକାଲ ପ୍ଲେ ରେ ରହିଛି ୧୦ ଟି ସଙ୍ଗୀତ ଯାହାକି ଜେସିକେ ଷ୍ଟୁଡିଓରେ ରେକର୍ଡ କରାଯାଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଡ୍ୟାନ୍ସ ମାଷ୍ଟର ବିଦୁତ ସେଠୀ।ଏକ ଘଣ୍ଟାର ଏହି ମ୍ୟୁଜିକାଲ ପ୍ଲେ କୁ ଦର୍ଶକ ପସନ୍ଦ କରିଥିବା ବେଳେ ଆଗକୁ ଏହି ନାଟକ ପୁଣି ଥରେ ଦର୍ଶକ ଙ୍କ ପାଖକୁ ଫେରିବ ବୋଲି କହିଛନ୍ତି ନିର୍ଦ୍ଦେଶକ ଦେବ ମେହେର

Leave a Reply

Your email address will not be published. Required fields are marked *