ଦୂତି ଚାନ୍ଦଙ୍କୁ ଝଟକା : ଡୋପ୍ ଟେଷ୍ଟରେ ଫେଲ୍ ପରେ ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା

ଦୌଡରାଣୀ ଦୂତିଙ୍କୁ ଲାଗିଲା ଝଟକା । ଧାବିକା ଦୂତି ଚାନ୍ଦ ସାମୟିକ ଭାବେ ସସପେଣ୍ଡ । ଡୋପ୍‌ ଟେଷ୍ଟ ପଜିଟିଭ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଓ୍ବାଲଡ ଆଣ୍ଟି ଡୋପିଂ ଏଜେନ୍ସି । ନିଷିଦ୍ଧ ସାମଗ୍ରୀ ସେବନ କରିଥିବା ଟେଷ୍ଟରୁ ଜଣାପଡ଼ିଛି । ଓଡ଼ିଆ ଧାବିକା ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା ।

ଦୂତି ଚାନ୍ଦ ଡୋପ୍ ଟେଷ୍ଟ ପଜିଟିଭ ହୋଇଥିବା ନେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂତ୍ରରୁ ସୂଚନା ଦିଆଯାଇଛି । ଫଳରେ ଅଲିମ୍ପିଆନ ଦୂତିଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି।

ତେବେ ଏନେଇ ଦୂତି ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତ, କହିଲେ ମୋ ପାଖରେ ଖବର ନାହିଁ ।ଦୂତି କହିଛନ୍ତି ଏଭଳି କୌଣସି ଚିଠି ମୋତେ ଏଯାଏଁ ମିଳିନାହିଁ । ପ୍ରସାରିତ ଖବର ସମ୍ପୂର୍ଣ୍ଣ ମିଛ । ଡୋପ୍ ଟେଷ୍ଟରେ ବିଫଳ କିମ୍ବା ନିଲମ୍ବିତ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ମେଲ୍ ମିଳିନଥିବା କହିଛନ୍ତି ଦୂତି ।

Leave a Reply

Your email address will not be published. Required fields are marked *