ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ଲମ୍ବିଥିବା ବେଳେ ବର୍ତ୍ତମାନ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ପାଶ୍ୱବର୍ତୀ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ୮ତାରିଖ ଅର୍ଥାତ୍ ଆସନ୍ତାକାଲି ଏକ ଲଘୁଚାପର ରୂପ ନେବ।୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ପରିଣତ ହେବ। ପରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଯିବ। ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡର ରୂପ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଗତିପଥ କ’ଣ ହେବ ଲଘୁଚାପ ହେଲା ପରେ ଜଣାପଡିବ ବୋଲି ବିଭାଗ ସୂଚନା ଦେଇଛି। ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ କହିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସେପଟେ ଯେତେବେଳେ ୮ ତାରିଖ ଠାରୁ ଏହା ଲଘୁଚାପର କ୍ଷେତ୍ର ସୃଷ୍ଟି ହେବ ସେତେବେଳେ ୪୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ଯୋଉଟା କି ଦକ୍ଷିଣ ,ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ଅଂଚଳରେ ଏହାର ପ୍ରଭାବ ରହିବ।ଏହାକୁ ନେଇ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।ପରେ ଏହା ଯେତେବେଳେ ଉତ୍ତର ଆଣ୍ଡାମାନ ଆଡକୁ ଗତି କରିବା ସେତେବେଳେ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ଦୀପ ଓ ସାଗର ଅଂଚଳରେ ପ୍ରବଳ ବର୍ଷ ବର୍ଷା ସହ ପବନର ବେଗ ୫୦ ରୁ ୮୦ କିମି ରହିବ ।ଏହାକୁ ନେଇ ସମୁଦ୍ର ଆସନ୍ତା ଥିବାରୁ ମତ୍ସ୍ୟ ଜୀବିଙ୍କୁ ସମୁଦ୍ରକୁ ଯିବାକୁ ବାରଣ ଥିବା ବେଳେ ଏହି ସମୟରେ ଆଣ୍ଡାମାନ କୁ ପର୍ଯ୍ୟଟଙ୍କ ସୁରକ୍ଷାକୁ ନେଇ କେହି ଯାତ୍ରା ବା ବୁଲାବୁଲି କରିବାକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସେଭଳି କିଛି ନିଦିଷ୍ଟ ପାଣିପାଗର ସୂଚନା ନଥିବା ବେଳେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏହାସହ ୮ ଜିଲ୍ଲା ଯେପରିକି ମାଲକାନଗିରି କୋରାପୁଟ ରାୟଗଡା ନବରଙ୍ଗପୁର ଗଜପତି ଗଂଜାମ କନ୍ଧମାଳ ମୟୁରଭଞ୍ଜ ରେ ୟେଲୋ ବର୍ଣ୍ଣିଙ୍ଗ ଜାରିକରଯାଇଛି । ମୁଖ୍ୟତଃ ରାଜ୍ୟରେ ଏବେ କାଳବୈଶାଖୀ ର ପ୍ରଭାବ ନଥିବା ବେଳେ ଧୀରେ ଧୀରେ ତାପମାତ୍ରା ବଢିବା ସହ ପାଗ ଶୁଖିଲା ରହିବ । ସେହିପରି ଗତ ୨୪ ଘଣ୍ଟାରେ ବୌଧ ରେ ୩୯ .୫ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ବେଳେ ଗଜପତି ଗୋଶାଣିରେ ସର୍ବାଧିକ ୩୬ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *