ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୮ତାରିଖ ରେ ନେବ ଲଘୁଚାପର ରୂପ । ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବ।ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡର ରୂପ ନେବ କି ନାହିଁ ଗତିପଥ କ’ଣ ହେବ ଲଘୁଚାପ ହେଲା ପରେ ଜଣାପଡିବ । ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ…

ଅନ୍ୟପଟେ ରାଜ୍ୟରେ ଆଜିଠୁ କମିବ କାଳବୈଶାଖୀ ଓ ବଢିବ ତାତି । ତାପମାତ୍ରା ସ୍ବାଭାବିକଠୁ ୩ରୁ ୫ ଡିଗ୍ରୀ ଯାଏଁ ବଢ଼ିବ ।୮ ତାରିଖ ଠାରୁ କିଛି ସ୍ଥାନରେ ତାତି ୪୦ ଡିଗ୍ରୀ କିମ୍ବା ଅଧିକ ରହିବା ସମ୍ଭାବନା।ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କୋରାପୁଟ,ରାୟଗଡ଼ା, ନବରଙ୍ଗପୁର, ମାଲକାନାଗିରି,ଗଜପତି,କଂଧମାଳ।ଏଥିସହ ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ନବରଙ୍ଗପୁରର କୁସୁମଗୁଡା ଠାରେ ୬୫.୮ ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ଭୁବନେଶ୍ଵର ରେ ୩୮ ମୀମି ବର୍ଷା ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *