ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ।ଏହାର ପରବର୍ତ୍ତୀ ୪୮ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି ।ଯାହା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ବାତ୍ୟା ହେବା ନେଇ ଅନ୍ୟ ମଡେଲ ଭିନ୍ନ ଭିନ୍ନ ତଥ୍ୟ ଆକଳନ କରୁଛନ୍ତି । ଆମେରିକାନ୍ GFS ମଡେଲ ର ଆକଳନ ଅନୁଯାୟୀ ଆସନ୍ତା ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା।ସେହିପରି ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମେ ମାସ ଦ୍ବିତୀୟ ସପ୍ତାହରେ ବାତ୍ୟା ସୃଷ୍ଟି ହୋଇପାରେ ।ତେବେ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ମାତ୍ର ଏହା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବା ସମ୍ଭାବନା ନାହିଁ । ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୁଳ ଥିବା ବେଳେ ତାହା ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ନାହିଁ ।ଏପଟେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜିଠୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ସିଷ୍ଟମ୍ ଉପରେ ନଜର ରଖାଯଇଥିବା କହିଛନ୍ତି ଆଇଏମଡି ଡିଜି । ଗତ ୪ ବର୍ଷ ଧରି ଲଗାତାର ମେ ମାସରେ ବାତ୍ୟା ତାଣ୍ଡବ ରଚିଛି । ସବୁଠାରୁ ଭୟଙ୍କର ବାତ୍ୟା ଫନି ଓଡ଼ିଶା ଉପକୂଳକୁ ଛାରଖାର କରିଥିଲା । ପରେ ପରେ ଅମ୍ଫନ, ୟାଶ୍ ଏବଂ ଆସାନୀ ବାତ୍ୟା ବି ମେ ମାସରେ ସ୍ଥଳଭାଗ ଛୁଇଁଛି ।

ଯଦି ସାମୁଦ୍ରିକ ଝଡ଼ ସୃଷ୍ଟି ହୁଏ ତେବେ ଏହାର ନାଁ ରହିବ ମୋଚା ।ଯାହାର ନାମକରଣ କରିଛି ୟେମେନ ।

Leave a Reply

Your email address will not be published. Required fields are marked *