ଜେଲ୍-ବେଲ୍-ଶେଷରେ ଦଣ୍ଡାଦେଶ ସସପେଣ୍ଡ୍: ଦିଲ୍ଲୀପ ରାୟ ଆଶ୍ୱସ୍ତ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ଖଣି ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସସପେଣ୍ଡ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ପୂର୍ବତନ କେନ୍ଦ୍ର ଖଣି ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସିବିଆଇ କୋର୍ଟ ଦେଇଥିବା ୩ ବର୍ଷର ଜେଲଦଣ୍ଡକୁ ସସପେଣ୍ଡ କରିଛନ୍ତି।

୧୯୯୯ ମସିହା ଝାଡ଼ଖଣ୍ଡ କୋଲ୍ ବ୍ଲକ୍ ବଣ୍ଟନରେ ଅନିୟମିତତା ଅଭିଯୋଗରେ ସୋମବାର ସିବିଆଇ କୋର୍ଟ ଦିଲୀପଙ୍କୁ ଜେଲଦଣ୍ଡ ଶୁଣାଇଥିଲେ। ଜେଲ୍ ଦଣ୍ଡ ଶୁଣାଯିବାର କିଛି ସମୟ ପରେ ଦିଲ୍ଲୀପଙ୍କୁ ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ସ୍ପେଶାଲ ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ସୂଚନାନୁସାରେ, ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ ଦିଲ୍ଲୀପ ରାୟଙ୍କ ସମେତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୧୪ ତାରିଖରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *