ଛୁଆକୁ ଫେରାଇ ଆଣି ମାନବିକତା ଦେଖାଇଲେ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ

ଦାୟିତ୍ଵ ଓ ମାନବିକତାର ପରିଚୟ ଦେଲେ ‌ଭୁବନେଶ୍ବର ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ୍ ସରୋଜ କୁମାର ବିଶ୍ବାଳ । ଜଣେ ବିଚାରାଧୀନ ବନ୍ଦୀଙ୍କ ନାବାଳକ ପୁତ୍ର, ଯିଏକି ତା’ର ମାଆ ସହ ବାହାରେ ରହୁଥିଲା, ସେହି ପିଲାଟିକୁ ୧୦ ହଜାର ଟଙ୍କାରେ ତା ମା’ କୋଲକାତାର ଜନୈକ ମୁସଲିମ ଲୋକକୁ ବିକ୍ରୀ କରିଦେଇଛି ବୋଲି ଜାଣିବା ପରେ ସମ୍ପୃକ୍ତ କଏଦୀ ଜଣକ ଏସମ୍ପର୍କରେ ଜେଲ୍ ଅଧିକ୍ଷକ ସରୋଜ ବିଶ୍ବାଳଙ୍କୁ ଅବଗତ କରିଥିଲା ।

ଅବଗତ କରିବା ସହ ନିଜ ପୁଅକୁ କିଭଳି ଫେରି ପାଇବେ ସେ ନେଇ ଅନୁରୋଧ କରିଥିଲେ । ଯାହାକୁ ଗୁରୁତର ସହ ନେଇ ତତ୍ପରତା ପ୍ରକାଶ କରିଥିଲେ ଜେଲ୍ ସୁପରିଟେଣ୍ଡେଣ୍ଟ୍ ।କୋଲକାତା ରୁ ପିଲାଟିକୁ ଠାବ କରିବା ପରେ ଶେଷରେ ପିଲାଟିକୁ ଭୁବନେଶ୍ବର ‌ଫେରାଇ ଆଣିବାରେ ସଫଳ ହୋଇଥିଲେ ।

ଶେଷ ଖବର ସୁଦ୍ଧା, ନାବାଳକ ପିଲାଟିର ଭବିଷ୍ୟତ ଲାଳନପାଳନ ପାଇଁ ତାକୁ ଚାଇଲଡ୍ ଲାଇନକୁ ହସ୍ତାନ୍ତର କରିବାକୁ ବିଚାରାଧୀନ ବନ୍ଦୀ ଜଣକ ଲିଖିତ ଅନୁରୋଧ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଜେଲ୍ ଅଧୀକ୍ଷକ ସରୋଜ କୁମାର ବିଶ୍ବାଳ। ସେପଟେ ଜେଲ୍ ଅଧୀକ୍ଷକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି

Leave a Reply

Your email address will not be published. Required fields are marked *