ଛାତ୍ରଛାତ୍ରୀ ଦେଖିଲେ ଶୂନ୍ୟ ଛାଇ ର ଦୃଶ୍ୟ। ଆଜି ଶୂନ୍ୟ ଛାଇ ଦିବସ ହୋଇଥିବା ବେଳେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ପଠାଣି ସାମନ୍ତ ପ୍ଳେନେଟୋରିଅମ ପରିସରରେ ଛାଇ ଉଭେଇଯିବାର ଦୃଶ୍ୟ ଅବଲୋକନ କଲେ ରାଜଧାନୀର ଛାତ୍ରଛାତ୍ରୀ । ଏହାକୁ ନେଉ ପ୍ଲାନେଟାରିଉମ ରେ ଭିଡ ଦେଖିବାକୁ ମିଳିଥିଲା। ଋତୁ ଚକ୍ରର ଏହି ଅନନ୍ୟ ଦୃଶ୍ୟକୁ ଦେଖିବା ସହ ନୂଆ ଜ୍ଞାନ ଆହୋରଣ କରିଛନ୍ତି ଛାତ୍ରଛାତ୍ରୀ । ଏହି ଶୂନ୍ୟ ଛାଇକୁ ଦେଖିବା ପାଇଁ ପ୍ଲାନେଟାରିଉମ ପକ୍ଷରୁ ବିଭିନ ଉପକରଣ ଯେପରିକି ପ୍ଲାଷ୍ଟିକ ଗ୍ଲାସ ,ରିଙ୍ଗ ,କାଠର ସାମଗ୍ରୀ ବ୍ୟବହାର କରି କିଭଳି ଛାଇ ଉଭେଇଯିବ ତାହା ପିଲାମାନଙ୍କୁ ଦେଖାଇଥିଲେ । ଏହି ପରୀକ୍ଷଣର ଆକର୍ଷଣ ସାଜିଥିଲା ପିଲାମାନଙ୍କ ଦ୍ୱାରା ହୋଇଥିବା ବୃତ୍ତ। ପରସ୍ପର ହାତ ଧରା ଧରି ହେଇ ପିଲାମାନେ ନିଜ ନିଜର ଛାଇକୁ ଦେଖି ବୁଝିଥିଲେ ଶୂନ୍ୟ ଛାଇ ଦିବସର ବିଶେଷତ। ଆଉ ସେମାନଙ୍କ ସହ ପ୍ଲାନେଟାରିଉମ ର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସାମିଲ ହୋଇ ପିଲାମାନଙ୍କୁ ନିଖୁଣ ଭାବେ ବୁଝାଇଥିଲେ।

ତେବେ ଜ୍ୟୋତିର୍ବିଜ୍ଞାନଙ୍କ କହିବା ଅନୁସାରେ ବର୍ଷରେ ଦୁଇ ଦିନ ,ଦିନ ଦୁଇ ପହର ସମୟରେ ଆମ ଛାଇ ଆମ ପଛ ଛାଡିଦିଏ। ବର୍ଷର ଏହି ଦୁଇ ଦିନ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ଠିକ ଆମ ମୁଣ୍ତ ଉପରେ ରହିଥାନ୍ତି । ତେଣୁ ଆମ ଛାଇ ଦେଖା ଯାଇ ନଥାଏ। ସୂର୍ଯ୍ୟ ଦିଗବଳୟରେ ଯେତେ ନିକଟତର ହୁଏ ଛାଇର ଲମ୍ବା ସେତେ ଅଧିକ ହୋଇଥାଏ। ତେଣୁ ସୂର୍ଯ୍ୟ ମୁଣ୍ଡ ଉପରେ ଥିଲେ ଛାଇଟି ଖୁବ୍ ଛୋଟ ହୋଇଯାଏ ବୋଲି କହିଛନ୍ତି । ସେହିପରି ଏହି ଦିବସ କେବଳ ମକରକ୍ରାନ୍ତି ଓ କର୍କଟକ୍ରାନ୍ତି ଭିତରେ ରହିଥିବା ଅଞ୍ଚଳରେ ହିଁ ଦେଖାଯାଏ l କନ୍ୟାକୁମାରୀଠୁ ଭାରତ ମଧ୍ୟ ଭାଗରେ ଥିବା କର୍କଟକ୍ରାନ୍ତି ଥିବା ଅଞ୍ଚଳଗୁଡିକରେ ଏପ୍ରିଲ ରୁ ଜୁନ ଓ ଜୁନରୁ ଅଗଷ୍ଟ ମଧ୍ୟରେ ୨ ଥର ଏହା ଦେଖାଯାଏ ବୋଲି କହିଛନ୍ତି ଶୁଭେନ୍ଦୁ ପଟ୍ଟନାୟକ।ତେବେ ଆଜି ଭୁବନେଶ୍ୱର ରେ ଏହି ଦୃଶ୍ୟ ଦେଖାଯାଇଥିବା ବେଳେ ବାଙ୍ଗାଲୋର – ଏପ୍ରିଲ ୨୫ ( ୧୨.୧୭) ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଭଳି କଟକରେ ଆସନ୍ତାକାଲି ,ବୁର୍ଲା , ରାଉରକେଲା ଆଦି ଜାଗାରେ ଦେଖିବାକୁ ମିଳିବ ଏହି ଦୃଶ୍ୟ।

Leave a Reply

Your email address will not be published. Required fields are marked *