ପଞ୍ଚମ ଥର ପାଇଁ ଆଇପିଏଲ୍‌ ତାଜ୍‌ ପିନ୍ଧିଲା ଚେନ୍ନାଇ ସୁପର କିଙ୍ଗ୍ସ । ୧୫ ଓଭରରେ ଜିତିବାକୁ ୧୭୧ ରନ୍‌ର ଆବଶ୍ୟକ ପଡୁଥିବା ବେଳେ ଏହାକୁ ହାସଲ କରିବାକୁ ସକ୍ଷମ ହୋଇଥିଲା ଧୋନୀ ବାହିନୀ । ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଥିଲା । ଫଳରେ ଚାମ୍ପିଅନ ହେବାକୁ ଚେନ୍ନାଇ ୨୧୫ ରନର ଟାର୍ଗେଟ ମିଳିଥିଲା । ହେଲେ ଦ୍ୱିତୀୟ ଇଂନିସ୍‌ ଆରମ୍ଭରୁ ହିଁ ବାଧକ ସାଜିଥିଲା ବର୍ଷା ।

ଚେନ୍ନାଇ ବ୍ୟାଟିଂ କରିବାର ମାତ୍ର ୪ ରନ୍‌ ପରେ ବର୍ଷା କାରଣରୁ ସାମୟିକ ସ୍ଥଗିତ ରହିଥିଲା । ଏହାପରେ ଡର୍କୱର୍ଥ ଲୁଇସ୍‌ ଦ୍ୱାରା ୫ ଓଭର୍‌ ସହ ରନ୍‌ କମାଇ ଦିଆଯାଇଥିଲା । ଫଳରେ ୧୫ ଓଭରରେ ଜିତିବା ପାଇଁ ୧୭୧ ରନ୍‌ ଆବଶ୍ୟକ ପଡ଼ିଥିଲା । ଜିତିବା ପାଇଁ ଟିମ୍‌ କୁ ୧୦ ରନ୍‌ ଆବଶ୍ୟକ ପଡୁଥିବା ବେଳେ ଜାଡେଜା ଶେଷ ଦୁଇ ବଲ୍‌ରେ ଛକା ଓ ଚଉକା ମାରି ଚେନ୍ନାଇକୁ ଜିତାଇଥିଲେ । ଚେନ୍ନାଇ ପୂର୍ବରୁ ୪ଥର ଆଇପିଏଲ ଟ୍ରଫି ଜିତି ସାରିଥିବା ବେଳେ ଗୁଜରାଟ ହେଉଛି ଡିଫେଣ୍ଡିଂ ଚାମ୍ପିୟନ । ରବିବାର ଆଇପିଏଲର ଫାଇନାଲ ମ୍ୟାଚ୍‌ ଖେଳା ଯିବାର ଥିଲା । କିନ୍ତୁ ଲଗାଣ ବର୍ଷା ଯୋଗୁ ମ୍ୟାଚ୍‌ ସମ୍ଭବ ହୋଇ ପାରି ନଥିଲେ । ତେଣୁ ଗତକାଲି ସଂରକ୍ଷିତ ଦିବସରେ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *