ଗୋଟିଏ ପଟେ ଜଳୁଛି ପଶ୍ଚିମ ଓଡ଼ିଶା ଅନ୍ୟପଟେ ଉପକୂଳରେ ଗଳୁଗୁଳି କରୁଛି ହନ୍ତସନ୍ତ।ଗତଦୁଇ ଦିନ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜିଠାରୁ ପୁଣି ଦିନ ତାପମାତ୍ରା କେତେକ ସ୍ଥାନରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।କାହିଁକି ନା ରାଜ୍ୟରେ ଦୁର୍ବଳ ହେଉଛି କାଳବୈଶାଖୀ।ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ଅପରିବର୍ତ୍ତିତ ରହିବ। କିଛି ଅଞ୍ଚଳରେ ପାରଦ ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇପାରେ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ରେ ପ୍ରବଳ ଖରା ହେବାର ସମ୍ଭାବନା।

ଆସନ୍ତା ୨୪ଘଣ୍ଟାରେ ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ର ବେଗ ୩୦ ରୁ ୪୦ କିମି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱର୍ନିଂ ଜାରି କରାଯାଇଛି।ସେହିସବୁ ଜିଲ୍ଲା ଗୁଡ଼ିକ ହେଲା _ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ବର, ଭଦ୍ରକ,ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା,କଂଧମାଳ, ଖୋର୍ଦ୍ଧା, କଟକ,ନୟାଗଡ଼,ଗଜପତି, ଗଞ୍ଜାମ।ସେହିପରି ଆସନ୍ତାକାଲି ପାଇଁ ୪ ଜିଲ୍ଲା କୁ ହଳଦୀଆ ଚେତାବନୀ ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଲା _ମାଲକାନାଗିରି, କୋରାପୁଟ, ରାୟଗଡ଼ା,ଗଜପତି।

ଗତ ୨୪ ଘଣ୍ଟାରେ ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱର: ୩୮.୬ ଡ଼ିଗ୍ରୀ,ସମ୍ବଲପୁର: ୩୮.୪ ଡ଼ିଗ୍ରୀ,ଝାରସୁଗୁଡା: ୩୮.୨ ଡ଼ିଗ୍ରୀ,ହୀରାକୁଦ: ୩୮ ଡ଼ିଗ୍ରୀ ରେକ଼ଡ କରାଯାଇଛି।ଆଜି ଭୁବନେଶ୍ଵର ର ଦିନ ତାପମାତ୍ରା ୩୯ କିମ୍ବା ୪୦ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା….

Leave a Reply

Your email address will not be published. Required fields are marked *