ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋସ୍କୋ ଆକ୍ଟରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଛାତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ତାଙ୍କ ମା’ଙ୍କୁ ଏସର୍ମ୍ପକରେ କହିଥିଲେ । ପରେ ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବା ପରେ ଘଟଣା ସମ୍ନାକୁ ଆସିଛି

ମହାରାଷ୍ଟ୍ର ମୁମ୍ବାଇରେ ସ୍କୁଲ ଭିତରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ସଙ୍ଗୀନ ଅଭିଯୋଗ ଆସିଛି । ଗତ ସୋମବାର ୧୩ ବର୍ଷର ଅଷ୍ଟମ ଶ୍ରେଶୀ ଛାତ୍ରୀଙ୍କୁ କ୍ଲାସ ରୁମ ଭିତରେ ଦୁସ୍କର୍ମ କରିଛନ୍ତି ତାଙ୍କର ୪ ଜଣ କ୍ଲାସମେଂଟ ।

୪ ଜଣଙ୍କ ମଧ୍ୟରୁ ଜଣେ ଦୁସ୍କର୍ମ କରିଥିବା ବେଳେ ବାକି ୩ ଜଣ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ସ୍କୁଲର ବାର୍ଷିକ ଉତ୍ସବ ନେଇ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ବୈଠକ ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *