କୁକୁର ପାଳିଲେ ଗଣିବେ ତଣ୍ଡ । ଏବେ ରାଜଧାନୀରେ କୁକୁର ବେପାର ଉପରେ କଟକଣା ଲଗାଇଛି ବିଏମସି । କୁକୁର ପାଳିବାକୁ ହେଲେ ବିଏସିର ଅନୁମତି ନେବାକୁ ପଡିବ । ଏ ସଂକ୍ରାନ୍ତରେ ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ୪ ମାସରୁ କମ ବୟସର କୁକୁର ରଖିପାରିବେନି ଲୋକେ । ତେବେ ଏସମ୍ପର୍କୀତ ନିୟମ ନମାନିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଆବଶ୍ୟକ ସ୍ଥଳେ ମାଲିକଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ପୋଷା କୁକୁର ରଖିବା ପାଇଁ ଲୋକଙ୍କୁ ଏବେ ୫୦୦ ଟଙ୍କା ଦେଇ ବିଏମସିରେ ପଞ୍ଜିକରଣ କରିବାକୁ ପଡିବ । କୁକୁର ଯଦି ବାଟଘାଟରେ ମଳତ୍ୟାଗ ପରେ ମାଲିକଙ୍କୁ ମଳ ପୋଛିବାକୁ ପଡିବ ।

ନିୟମ ଅନୁଯାୟୀ, ପୋଷା କୁକୁରକୁ ବ୍ୟବସାୟି କାର୍ଯ୍ୟରେ ମଧ୍ୟ ଲଗାଇହେବ ନାହିଁ । ପ୍ରତେକ ବର୍ଷ ଏପ୍ରିଲ ୧ ତାରିଖରେ କୁକୁରମାନଙ୍କର ପଞ୍ଜିକରଣ ହେବ । ଏଥିପାଇଁ ୫୦୦ ଟଙ୍କା ଦେବାକୁ ପଡିବ । ଏହା ବର୍ଷଟେ ପାଇଁ ଲାଗୁ ହେବ । ବର୍ଷଟେ ପରେ ପୁଣି ୨୦୦ ଟଙ୍କା ନେଇ ଲାଇସେନ୍ସ ନବୀରକଣ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *