ହାତରେ ମେହେନ୍ଦି, ପାଦରେ ଅଳତା । ଗଭାରେ ଗଜରା ପୁଣି ମଥାରେ ସିନ୍ଦୂର । ହିନ୍ଦୁ ପରମ୍ପରା ଅନୁଯାୟୀ ସପ୍ତ ଶିଙ୍ଗାର ରୂପେ ସଜେଇ ହୋଇ ସାବିତ୍ରୀ ପାଳିଛନ୍ତି କିନ୍ନର। ମନରେ ଗୁରୁଙ୍କ ଶୁଭ ମନାସି ବରଗଛ ମୂଳେ ସାବିତ୍ରୀ କିନ୍ନର ମାନଙ୍କ ପୂଜାର୍ଚ୍ଚନା ଥିଲା ଖୁବ୍ ସୁନ୍ଦର । ପୂଜା ଥାଳିରେ ରହିଛି ନଡ଼ିଆ ପଣସ ତାଳ କଦଲି ଅଙ୍ଗୁର ଲିଚି ଭଳି ବିଭିନ୍ନ ଫଳମୂଳ । ଧୂପ ଦୀପ ନୈବେଦ୍ୟ ସାଙ୍ଗକୁ ଘଣ୍ଟ ଘଣ୍ଟିରେ ପ୍ରକମ୍ପିତ ପରିବେଶ । ରାଜଧାନୀ ପଳାଶପଲ୍ଲି ନିକଟରେ ଓଡ଼ିଶା କିନ୍ନର ଆଖଡ଼ା ତରଫରୁ ପକ୍ଷରୁ ସାବିତ୍ରୀ ବ୍ରତ ମହା ଆଡମ୍ବରରେ ପାଳନ କରିଛନ୍ତି । କେବଳ ଗୁରୁ ନୁହନ୍ତି ସମସ୍ତ ପୁରୁଷ ସମାଜଙ୍କ ପାଇଁ କିନ୍ନର ମାନେ ଦୀର୍ଘାୟୁ କାମନା କରିଥିବା କହିଛନ୍ତି କିନ୍ନର ମାନେ ।ବର ଗଛରେ ସ୍ବୟ ବିଷ୍ଣୁ ବିରାଜମାନ କରୁଥିବାରୁ ଏହି ସ୍ଥାନଟି ସବୁଠାରୁ ପବିତ୍ର ମଣିଥାନ୍ତି କିନ୍ନର । ପବିତ୍ର ସ୍ଥାନରେ ଗୁରୁଙ୍କ ସମେତ ସମଗ୍ର ନାରୀ ମାନଙ୍କ ହାତ କାଚ ବଜ୍ର ହେଉ ବୋଲି ସମସ୍ତେ କାମନା କରିଛନ୍ତି । ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ବେଳେ ସାବିତ୍ରୀ ଓଷା ଅନ୍ୟତମ । ସମସ୍ତ ସଧବା ନାରୀ ସ୍ବାମୀଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ରଖୁଥିବା ବେଳେ କିନ୍ନରଙ୍କ ପରମ୍ପରା ମଧ୍ୟ ସ୍ବତନ୍ତ୍ର।

Leave a Reply

Your email address will not be published. Required fields are marked *