ରଜ୍ୟରେ କାଳବୈଶାଖୀ ର ପ୍ରଭାବ ଲାଗି ରହିଛି। ଓଡ଼ିଶା ଉପରେ ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ କିନ୍ତୁ ବାୟୁମଣ୍ଡଳର ତଳ ଭାଗରେ ଏକ ଗୁରୁଚାପ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି।ଏଥିସହ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶା ର ମାଲକାନାଗିରି, କୋରାପୁଟ, ରାୟଗଡ଼ା,ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା। ଯାହାକୁ ନେଇ ଏହି ୪ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣୀଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏଥିସହ ଉତ୍ତର ଓଡ଼ିଶାର ୭ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା _ ଅନୁଗୁଳ, ମୟୁରଭଂଜ, କେଉଁଝର,ଦେଓଗଡ଼, ବାଲେଶ୍ଵର, ଭଦ୍ରକ, ଯାଜପୁର ।ସେହିପରି ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ।ରାଜ୍ୟରେ ଏଭଳି ପାଗ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଆକାଶ ମେଘାଚ୍ଛନ୍ନ ରହିବ। ଆଜି ଭୁବନେଶ୍ଵର କଟକ ରରେ ଦିନ ତାପମାତ୍ରା ୩୧ ଡିଗ୍ରୀ ପାଖାପାଖି ରହିବାର ସମ୍ଭାବନା ରହିଛି…

ଗତ ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଛି।ସର୍ବାଧିକ ବର୍ଷା କଂଧମାଳ ଜିଲ୍ଳାର ଖଜୁରୀ ପଦା ଥରେ ୮୩.୧ କିମି ବର୍ଷା ରେକର୍ଡ଼ କରାଯାଇଛି। ସର୍ବାଧିକ ଦିନ ତାପମାତ୍ରା କଥା ଯଦି କହିବା ତେବେ ଭୁବନେଶ୍ଵର ରେ ୩୯.୬ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିଲା।

Leave a Reply

Your email address will not be published. Required fields are marked *