କମିଛି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ।କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 171.50 ଟଙ୍କା ହ୍ରାସ ପାଇଛି । ଏହା ପରେ 19 କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ 1856.50 ଟଙ୍କା ହୋଇଛି ।

ଆପଣଙ୍କୁ କହି ରଖୁଛୁ ତୈଳ କମ୍ପାନୀଗୁଡିକ ଗତ ମାସରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ହ୍ରାସ କରିଥିଲେ । ଗତ ମାସରେ, ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 91.50 ଟଙ୍କା ହ୍ରାସ କରାଯାଇଥିଲା ।ଅନ୍ୟପକ୍ଷରେ, ମାର୍ଚ୍ଚ 1 ରେ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 350.50 ଟଙ୍କା ବୃଦ୍ଧି କରିଥିବାବେଳେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି କରିଥିଲେ । ଜାନୁଆରୀ 1 ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 25 ଟଙ୍କା ବୃଦ୍ଧି କରାଯାଇଥିଲା।

Leave a Reply

Your email address will not be published. Required fields are marked *