ଏହି ସବୁ କାରଣ ପାଇଁ ଝାରସୁଗୁଡାରେ ହାରିବେ ଟଙ୍କ, ସବୁ ଜାଣି ନିରବ ଧର୍ମେନ୍ଦ୍ର

୨୦୧୯ ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳର ଆଖ୍ୟା ପାଇଥିଲା । ଏମିତିକି ୨୦୧୭ ପଞ୍ଚାୟତ ଓ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ଦଳ । ଏହି ଦୁଇଟି ଯାକ ନିର୍ବାଚନ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କରିଥିଲା । ଯାହା ଦଳ ପାଇଁ ସଂଜୀବନୀ ଦେଇଥିଲା ।

ହେଲେ ଝାରସୁଗୁଡା ନିର୍ବାଚନ ପାଇଁ ଟଙ୍କଧର ଙ୍କୁ ମଂଜିଦେଇ ପଠାଇଛି ବିଜେପି । ସେଇ ପଦ୍ମ ମଞ୍ଜିକୁ ହାତରେ ଧରି ଭୁବନେଶ୍ୱରରୁ ବାହାରି ସାରିଛନ୍ତି ଟଙ୍କଧର । କିନ୍ତୁ ଝାରସୁଗୁଡ଼ାରେ ସେ ମଞ୍ଜିଧରି ପଂହଁଚିପାରିବେ କି ନାହିଁ ସେ ନେଇ ସନ୍ଦେହ ଉପୁଜିଲାନି । କାରଣ ବିଜେପିର ଗୋଟିଏ ଗୋଷ୍ଠୀ ଟଙ୍କଧରଙ୍କର ହାତଧରି ପଦ୍ମ ଫୁଟୁ ବୋଲି ଚାହୁଁନାହାନ୍ତି । ସେଥିପାଇଁ ତ ତାଙ୍କ ହାତରେ ମଞ୍ଜି ଦେବା ପୂର୍ବରୁ ଅନେକ ଥର ଆଲୋଚନ ହୋଇଥିଲା ଆଉ ସେହି ଆଲୋଚନାରୁ ପଦ୍ମ ଶିବିରରେ ସବୁ କିଛି ଠିକ ନଥିବା କଥା ଦାଣ୍ଡରେ ପଡି ହାଟରେ ଗଡ଼ିଲା । ଝାରସୁଗୁଡା ପଦ୍ମ ପୋଖରୀ ପାଇଁ ଆଉ ଜଣଙ୍କ ହାତରେ ମଞ୍ଜି ଦେଇ ପଠାଇବାକୁ ଚାଁହୁଥିଲେ ପଦ୍ମ ପୋଖରୀର ପୁରୁଣା ମାଲିକ ସୁରେଶ ପୂଜାରୀ । କାରଣ ବିଜେପି ଦେବତାଙ୍କ ପାଇଁ କେତେବେଳେ କେଉଁ ଜାଗାରେ କିଏ ମନ୍ତ୍ର ପଢିବା ଆବଶ୍ୟକ ଆଉ କାହା ହାତରେ ମଞ୍ଜି ଦେଇ ପଠାଇଲେ ପଦ୍ମ ଫୁଲ ଫୁଟିବ ସେଇ କଥା ତାଙ୍କୁ ବେଶ ଜଣା । ବିଜେପି ଦେବତାଙ୍କ ପାଖରେ ପୂଜା ପାଠ କରିବାରେ ସୁରେଶ ପୂଜାରୀ ସବୁଠୁ ଆଗରେ । ସହଜେ ଟଙ୍କଧର ହେଉଛନ୍ତି ସୁନ୍ଦରଗଡ଼ ପୋଖରୀରେ ଗାଧେଇବା ଲୋକ । ଆଉ ସେ ଯଦି ଝାରସୁଗୁଡା ପୋଖରୀରେ ବୁଡ଼ ପକେଇବା ପାଇଁ ଯାନ୍ତି ତାହାଲେ ଝାରସୁଗୁଡା ଲୋକ ତାଙ୍କୁ ବିରୋଧ କରିବାର ସମ୍ଭାବନା ମଧ୍ୟ ରହିଛି । କାରଣ ଝାରସୁଗୁଡା ପୋଖରୀରେ ମଞ୍ଜି ବୁଣି କୂଳରେ ଅପେକ୍ଷା କରି ବସିଛନ୍ତି ବହୁ ନେତା । ଆଉ ଜାଫି ସୁନ୍ଦରଗଡ଼ରୁ ଆସି ଟଙ୍କଧର ସେଥିରେ ଭାଗ ମାରିବାକୁ ଚିନ୍ତା କରନ୍ତି ତାହାଲେ ମଞ୍ଜି ବୁଣି ଫୁଲ ତୋଳିବାକୁ ଅପେକ୍ଷା କରିଥିବା ନେତା ତାଙ୍କ ଉପରେ ରାଗିଯିବେ ତ ନିଶ୍ଚିନ୍ତ । ଆଉ ଫୁଲ କଢ଼ି ଧରିବା ବେଳକୁ ତାକୁ ତୋଳିବା ପାଇଁ ମାଡଗୋଳି ହେବା ନିଶ୍ଚିନ୍ତ ଆଉ ସେହି ମାଡ଼ଗୋଳ ଭିତରେ ପଦ୍ମ ଫୁଲ ସବୁ ମକଚି ହୋଇ ଝଡିଯିବା ତ ନିଶ୍ଚିନ୍ତ କଥା ।

ତେଣୁ ଏ ସବୁ କଥାକୁ ଆଗରୁ ଭାବି ନେଇଥିଲେ ବିଜେପିର ପୁରୁଣା ପୂଜାରୀ । ସେଥିପାଇଁ ସେ ଟଙ୍କଧରଙ୍କ ହାତରେ ମଞ୍ଜି ଦେବାପାଇଁ ସେ ଚାଁହୁନଥିଲେ । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଲୋକ ହୋଇଥିବାରୁ ଟଙ୍କଧରଙ୍କ ହାତରେ ପଦ୍ମ ଫୁଟାଇବା ପାଇଁ ଇଚ୍ଛା କରିଥିଲେ ପ୍ରଧାନ ବାବୁ । କାରଣ ଟଙ୍କଧର ଯଦି ପଦ୍ମ ଫୁଟାଇ ପାରନ୍ତି ତାହାଲେ ସିଧା ସିଧା ସେ ପଦ୍ମ ଫୁଲ କୁ ଅବି ଧର୍ମେନ୍ଦ୍ରଙ୍କ ହାତରେ ଧରାଇଦେବେ । ଆଉ ଶେଷରେ ଧର୍ମେନ୍ଦ୍ରଙ୍କ କଥା ହିଁ ରହିଲା । ଟଙ୍କଧରଙ୍କ ହାତରେ ପଦ୍ମ ଫୁଟାଇବା ପାଇଁ ଦଳ ତାଙ୍କୁ ମଞ୍ଜି ଦେଇ ପଠାଇଲା । ଆଉ ତା ପରେ ଯାହା ହେବ କଥା ହେଲା । ପୂଜାରୀ ପୁଅ ଏବେ ରାଗି ପାଚି ଲାଲ । ତେଣୁ ଟଙ୍କଧର ମଞ୍ଜି ଧରି ପଂହଁଚିବା ଆଗରୁ ତାଙ୍କ ହାତ ରୁ ମଞ୍ଜି ଛଡାଇ ନେବା ପାଇଁ ରାସ୍ତାରେ ଜଗି ବସିଛନ୍ତି ପୂଜାରୀ । ଯାହାକୁ ନେଇ ଏବେ ଧର୍ମେନ୍ଦ୍ରଙ୍କ BP ବଢିଯାଇଛି । ପୂଜାରୀ ପୁଅ ପୁରୁଣା ଖେଳାଳି ହୋଇଥିବାରୁ ପଦ୍ମ ପୋଖରୀରେ କେଉଁଠି କେତେ ପାଣି ଆଉ କେଉଁଠି କେତେ ପଙ୍କ ଏଇ ସବୁର ଜ୍ଞାନ ତାଙ୍କ ପେଟ ଭିତରର ଖୁନ୍ଦି ହୋଇ ରହିଛି । ଟ୍ରନୁ ଟଙ୍କଧର ମଞ୍ଜି ବୁଣିବା ପରେ ବି ଫୁଲ ଫୁଟିବ କି ନାହିଁ ତାହା ସନ୍ଦେହ ହେଲାଣି । କାରଣ ଝାରସୁଗୁଡା ଅଞ୍ଚଳରେ ପଦ୍ମ ଫୁଟିବାର ମନ୍ତ୍ର କେବଳ ପୂଜାରୀ ପୁଅଙ୍କୁ ହିଁ ଜଣା । ଫୁଣି ଝାରସୁଗୁଡା ପଦ୍ମ ପୋଖରୀରେ ପାଣି ଏବେ ବହୁତ କମ୍ । ପଦ୍ମ ଫୁଟାଇବାକୁ ହେଲେ ସମସ୍ତେ ମିଶି ପୋଖରୀକୁ ପାଣିରେ ପୂର୍ଣ କରିବା ଦରକାର । ତା ସହ ମେଳ ହୋଇ ଦଳ କାଢ଼ିବା ପରେ ଯାଇଁ ପଦ୍ମ ଫୁଲ ଫୁଟିବ । କିନ୍ତୁ ପୂଜାରୀ ପୁଅ ଅଭିମାନ କରି ଘରେ ଶୋଇଥିବାରୁ ସେ ପେଖାରୀକୁ ଆସିବାର ଚାନ୍ସ ନାହିଁ ଆଉ ସେ ନ ଆସିଲେ ତାଙ୍କ ଠାରୁ ମନ୍ତ୍ର ଶିଖିଥିବା ଅନ୍ୟମାନେ ବି ଆସିବାର ନାହିଁ । ଫଳରେ ପଦ୍ମ ଫୁଟିବାର ସମ୍ଭାବନା ବି ନାହିଁ । ତେଣୁ ଟଙ୍କଧର ଏଥର ନିଜ ଲୋକଙ୍କ ପାଇଁ ଏଥର ହାରିବାକୁ ଯାଉଛନ୍ତି ବୋଲି ଚାରିଆଡେ ଜୋରେ ଧରିଛି ଚର୍ଚ୍ଚା । ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁରେଶ ପୂଜାରୀଙ୍କ କଳି ପାଇଁ ବିଜେପି ଆଉ ଟଙ୍କଧର ବଳି ପଡିବା ପାଇଁ ଯାଉଛନ୍ତି ବୋଲି ଲୋକମାନେ ଆଲୋଚନା କରୁଛନ୍ତି ।  ତେବେ ଟଙ୍କଧରଙ୍କ ଭବିଷ୍ୟତ କଣ ହେଉଛି ତାହା ଦେଖିବା ପାଇଁ ବାକି ରହିଲା ।

Leave a Reply

Your email address will not be published. Required fields are marked *