ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା । ପାର୍ଟିରୁ ରିଟାୟରମେଣ୍ଟ ନେବା ପାଇଁ ଘୋଷଣା କରିଛନ୍ତି ଶରଦ । ଆଗକୁ ନିର୍ବାଚନ ନ ଲଢ଼ିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଆଉ ୩ ବର୍ଷ ବାକି ଅଛି ।

ତେଣୁ ଆଗକୁ କୌଣସି ନିର୍ବାଚନ ନ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି ଶରଦ । ସେପଟେ ଶରଦଙ୍କ ଇସ୍ତଫା ପରେ ଝିଅ ସୁପ୍ରିୟା ସୁଲେ ତାଙ୍କ ସ୍ଥାନ ନେବେ ବୋଲି ଆଶା କରାଯାଉଛି । ତେବେ ପୁତୁରା ଅଜିତ ବି ଏନସିପି ଅଧ୍ୟକ୍ଷ ପଦ ହାତେଇବାକୁ ଆଶାୟୀ ଥିବାରୁ ଆଗାମୀ ଏନସିପି ମୁଖ୍ୟ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି ।

Leave a Reply

Your email address will not be published. Required fields are marked *