ଆସୁଛି ଲଘୁଚାପ ।ନେବ କି ବାତ୍ୟାର ରୂପ।ମେ ମାସ ରେ ଆସିବ କି ବାତ୍ୟା। ସୃଷ୍ଟି ହେଲାଣି ଆଶଙ୍କା।ଏଭଳି କିଛି ପ୍ରଶ୍ନ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି। କାହିଁକି ନା ପାଣିପାଗ ବିଭାଗ ର ଆକଳନ ଅନୁସାରେ ମେ ମାସ ଦ୍ଵିତୀୟ ସପ୍ତାହ ଅର୍ଥାତ୍ ମେ ୫ ତାରିଖ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର।କିନ୍ତୁ ଲଘୁଚାପ କ୍ଷେତ୍ର ଟି ଅବପାତ ରେ ପରିଣତ ହେବ କି ନାହିଁ ତାହା ବର୍ତ୍ତମାନ୍ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ଅବସ୍ଥିତି କଣ ରହିବ ତାହା ସ୍ପଷ୍ଟ ହୋଇପାରିବ ।କିନ୍ତୁ ଗତ କିଛି ବର୍ଷ ହେବ ଲଗାତାର ଭାବେ ମେ ମାସରେ ଆସୁଥିବା ଲଘୁଚାପ ବାତ୍ୟାର ପରିଣତ ହେଉଥିବା ବେଳେ ଏବେ ପାଣିପାଗ ବିଭାଗର ଆକଳନ ଏବେ ଚିନ୍ତାର କାରଣ ସାଜିଛି ।ଅନ୍ୟପଟେ ଆସନ୍ତାକାଲି ଠୁ ବଢିବ ରାଜ୍ୟରେ କାଳବୈଶାଖୀ ବର୍ଷା।ବର୍ତ୍ତମାନ ଗୋଟିଏ ନିମ୍ନଚାପ ରେଖା ଟି ଦକ୍ଷିଣ ଛତିଶଗଡ ରୁ ବାହାରି ଆରବସାଗର ପର୍ଯ୍ୟନ୍ତ ବ୍ୟାପିଛି ।ଏହା ସହ ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୁଳ ଅଞ୍ଚଳରେ ସକ୍ରିୟ ରହିଛି ଯାହାର ପ୍ରଭାବରେ ପର୍ଯ୍ୟାପ୍ତ ପରିମାଣ ରେ ଜଳୀୟବାସ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ।ଯାହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା।ଆସନ୍ତା ୨୪ ଘଣ୍ଟା ରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱର୍ନୀଙ୍ଗ ଓ ୧୬ ଜିଲ୍ଲାକୁ ୟେଲ ୱର୍ଣି ଜାରି କରିଛି ପାଣିପାଗ ବିଭାଗ।ଏଥିସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା।ସେହିପରି ୧ ତାରିଖ ରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଆରେଞ୍ଜ୍ warning ଓ ୧୩ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *