ଆପଣଙ୍କ ହ୍ୱାଟସ୍ ଆପ୍ ଚାଟ୍ ପଢ଼ିପରିବେନି ଅନ୍ୟ କେହି ।କେମିତି କରିବେ ଲକ୍।ହ୍ୱାଟସ୍ ବ୍ୟବହାରକାରୀ ଙ୍କ ପାଇଁ ହ୍ୱାଟସ୍ ଆପ ଆଣିଚି ଏଭଳି କିଛି ଫିଚର୍।ହ୍ୱାଟସ୍ଆପ୍ କ୍ରମାଗତ ବ୍ୟବହାରକାରୀ ଙ୍କୁ ଭେଟି ଦେଉଛି ନୂତନ ଫିଚର୍ ।କମ୍ପାନୀ ବ୍ୟବହାରକାରୀ ଙ୍କ ପାଇଁ ଆଣିଛି ଏହି ସପ୍ତାହରେ ମଲ୍ଟି ଡିଭାଇସ୍ ସପୋର୍ଟର ଫିଚର୍ ।ଏହି ଫିଚର୍ ସାହାଯ୍ୟରେ ଉପଭୋକ୍ତାମାନେ ଏକାଧିକ ଡିଭାଇସରେ ସମାନ ହ୍ୱାଟସ୍ଆପ୍ ଆକାଉଣ୍ଟକୁ ପ୍ରବେଶ କରିପାରିବେ । ଏଥି ସହିତ, କମ୍ପାନୀ ଏକ ନୂତନ ଫିଚର୍ ଯୋଡିଛି, ଯାହା ସାହାଯ୍ୟରେ ଉପଭୋକ୍ତାମାନେ ସେମାନଙ୍କ ଚାଟ୍ ଲକ୍ କରିପାରିବେ ।

ହେଲେ କେମିତି କରିବେ ଆପଣଙ୍କ ଚାଟ୍ ଲକ୍:-

ସର୍ବପ୍ରଥମେ ଆପଣଙ୍କୁ ହ୍ୱାଟସ୍ଆପ୍ ଖୋଲିବାକୁ ହେବ ଏବଂ ଯେକୌଣସି ଚାଟ୍ କୁ ଯାଇ ତା’ପରେ ପ୍ରୋଫାଇଲରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ଆପଣ ଚାଟ୍ ସ୍କ୍ରୋଲ୍ କରିବା ସହ ଚାଟ୍ ଲକ୍ ର ବିକଳ୍ପ ପାଇପାରିବେ।ଏହା ପରେ ଏଠାରେ ଫିଙ୍ଗର ପ୍ରିଣ୍ଟ ସହିତ ଏହି ଚାଟ୍ ଲକ୍ କରିବାର option ଆସିବ।ଏହି ଉପାୟରେ ଆପଣ କରିପାରିବେ ଯେକୌଣସି ଚାଟ୍ କୁ ଲକ୍।ଖାଲି ସେତିକି ନୁହେଁ ଯଦି ଆପଣ ଚାହିଁବେ ଆପଣ ବ୍ୟକ୍ତିଗତ କିମ୍ବା ଗ୍ରୁପ ଚାଟ୍ କୁ ମଧ୍ୟ ଲକ୍ ମଧ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *