ବାଲେଶ୍ୱର: ଦିବଂଗତ ସମାଜସେବୀ ଆଦିତ୍ୟ ଦାସଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ କୁହାଯାଉଥିବା ଚିନ୍ମୟୀ ଶନିବାର କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି। ତାଙ୍କୁ ଦୀର୍ଘ ଦୁଇ ଘଣ୍ଟା ଜେରା କରାଯାଇଛି। ଚିନ୍ମୟୀଙ୍କୁ କ୍ରାଇମବ୍ରାଞ୍ଚର ତିନି ଜଣ ଅଧିକାରୀ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ଏହି ସମୟରେ ଚିନ୍ମୟୀଙ୍କ ଓକିଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଚିନ୍ମୟୀ ଆଦିତ୍ୟ ଓ ତାଙ୍କ ସମ୍ପର୍କ ବିଷୟରେ ବିଭିନ୍ନ ସୂଚନା ଦେଇଥିବା କଥା କହିଛନ୍ତି।

ଚିନ୍ମୟୀଙ୍କୁ ଫୋନ୍‌ରେ କ୍ରାଇମ୍‌ବ୍ରାଞ୍ଚରୁ ଡାକର ଆସିଥିଲା। କଟକରେ ତାଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ଘରଲୋକ ସାଙ୍ଗରେ ଥିଲେ। ଆଦିତ୍ୟ ଓ ତାଙ୍କ ସମ୍ପର୍କ ବିଷୟରେ କିଛିଟା ପ୍ରଶ୍ନ ପଚାରିଥିବା ଘଟଣାକୁ ଚିନ୍ମୟୀ ସ୍ୱୀକାର କରିଛନ୍ତି। ସୂଚନା ଅନୁସାରେ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ଜଣେ ରହସ୍ୟମୟୀ ସାଇକୋ ଲେଡିର ହାତ ଥିବା ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ, ବାଲେଶ୍ୱର ଅଞ୍ଚଳର ସମାଜସେବୀ ବିସ୍ମିତ୍‌ ଦାଶ ନିକଟରେ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ପରେ ଏହି ରହସ୍ୟମୟୀ ଯୁବତୀଙ୍କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ତାଙ୍କ ନାଁ’ରେ ବିଭିନ୍ନ ଅପପ୍ରଚାର ସହ ସାଇକୋ ଲେଡିର ଆଖ୍ୟା ଦିଆଯାଇଥିଲା। ଏହି ଯୁବତୀ ଜଣକ ଖଇରା ଅଞ୍ଚଳର ବୋଲି ଜଣାପଡ଼ିବା ପରେ ଚିନ୍ମୟୀ ମହାପାତ୍ର ଚର୍ଚ୍ଚାକୁ ଆସିଥିଲେ। ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ସହ ଏପରିି ମିଥ୍ୟା ଅଭିଯୋଗ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *