ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ୬ ଘଣ୍ଟା ହେଲା ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି । ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସହ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ରାତି ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ । ଦକ୍ଷିଣ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ।୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ୧୧୦ ରୁ ୧୨୦ କିମି ବେଗରେ ପବନ ବହିବ । ସମୟ ସମୟରେ ପବନର ବେଗ ୧୩୦ କିମି ଛୁଇଁବ । ବାଂଲାଦେଶ ର କକ୍ସବଜାର ଠାରୁ ୧୪୩୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ମିଆଁମାରଠାରୁ ୧୩୨୦ କିମି ଦୂରରେ ରହିଛି।ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ।କେବଳ ୫ ଦିନ ପଯ୍ୟନ୍ତ ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଅନ୍ୟପଟେ ପ୍ରଚଣ୍ଡ ଖରା ଓ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରାରାଜ୍ୟ । ପଶ୍ଚିମ ଓଡ଼ିଶାରେ ପୁଣି ତାତି ବଢିବା ଆରମ୍ଭ ହୋଇଛି ।ଗତକାଲି ବୌଦ୍ଧ ରେ ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ଭୁବନେଶ୍ଵର ରେ ଦିନ ତାପମାତ୍ରା ୩୯ ପାଖାପାଖି ରହିବା ସମ୍ଭାବନା।ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ରାଜଧାନୀବାସୀଙ୍କୁ ମଧ୍ୟ ସନ୍ତୁଳି ପକାଇଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ଗୁଳୁଗୁଳି ପାଗ ଜାରି ରହିବା ସହ ତପମତ୍ରା ୪୦ ଡିଗ୍ରୀ ଉପରେ ରହିବା ସମ୍ଭାବନା।

Leave a Reply

Your email address will not be published. Required fields are marked *