ଖରା ତାତିଠାରୁ ବଢିଗଲାଣି ହାଣ୍ଡିଶାଳର ତାତି । ଅଦା ଦର ଏବେ ଆକାଶଛୁଆଁ । ଉତ୍ପାଦନ ହ୍ରାସ ମୂଲ୍ୟବୃଦ୍ଧିର କାରଣ ହୋଇଥିବା କୁହାଯାଉଥିବା ବେଳେ ଦରବୃଦ୍ଧିକୁ ନେଇ ଖାଉଟି ନିଜର ଅସନ୍ତୋଷ ଜାହିର କଲେଣି । ଏପଟେ ଅଦା ଚାଷୀ ବହୁ ପରିଶ୍ରମ କରି ଅମଳ କରିବା ସତ୍ତ୍ବେ ଲାଭବାନ ହେଉନାହାନ୍ତି। ବରଂ ବେପାରୀ ଏଥିରେ ଉପକୃତ ହେଉଥିବା ଅଭିଯୋଗ ହୋଇଛି ।

ଆକାଶ ଛୁଆଁ ଅଦା ଦର। ପନ୍ଦର ଦିନ ପୂର୍ବରୁ ଯେଉଁଠି କେଜି ପ୍ରତି ଅଦା ୭୦ରୁ ୮୦ ଟଙ୍କା ବିକ୍ରି ହେଉଥିଲା ଏବେ ତାହା ୧୮୦ରୁ ଦୁଇ ଶହ ଟଙ୍କା ଛୁଇଁଲାଣି । ଏପଟେ କିନ୍ତୁ ବଜାରର ଦର ବୃଦ୍ଧି ସତ୍ତ୍ବେ ଚାଷୀଙ୍କୁ ମିଳିନି ଲାଭ । କୋରାପୁଟ, କନ୍ଧମାଳ ଭଳି ଜିଲ୍ଲାରେ ଅଦା ଚାଷୀଙ୍କ ପାଖରେ ଆଉ ଅଦା ନାହିଁ । ପ୍ରାୟ ୩ ମାସ ତଳୁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଅଦା ସବୁ ବିକ୍ରି କରିସାରିଛନ୍ତି।
ଶୀତ ଦିନ ଅମଳ ହୋଇଥାଏ ଅଦା । ହେଲେ ଅମଳ ଅଦାକୁ ଗଚ୍ଛିତ ରଖିବା ପାଇଁ ଚାଷୀଙ୍କ ପାଖରେ କୌଣସି ସୁବିଧା ନାହିଁ । ବେପାରୀ ଅଦାକୁ ନେଇ ଶୀତଳ ଭଣ୍ଡାରରେ ରଖି ଏବେ ବିକ୍ରି କରି ମାଲେମାଲ ହେଉଛନ୍ତି। ହେଲେ ଦରବୃଦ୍ଧିକୁ ନେଇ କୌଣସି ଲାଭବାନ ହୋଇ ନଥିବା କହିଛନ୍ତି ଚାଷୀ । ଯେଉଁଠି ଏବେ ବଜାରରେ ଅଦା ଦର ୧୬୦ରୁ ଅଧିକ ଟଙ୍କା, ସେଠି ପୂର୍ବରୁ ଚାଷୀ ମାତ୍ର ବିକିଛନ୍ତି ୪୦ରୁ ୭୦ ଟଙ୍କାରେ।ଅମଳ କମ ଦରବୃଦ୍ଧିର ଏକ କାରଣ ବୋଲି କୁହାଯାଇଛି

Leave a Reply

Your email address will not be published. Required fields are marked *