ଆଇପିଏଲ୍ ଭିତରେ ଲକ୍ଷ୍ନୌ ଦଳକୁ ଲାଗିଛି ବଡ ଝଟକା । ଦଳର କ୍ୟାପଟେନ୍ କେ ଏଲ ରାହୁଲ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ରାହୁଲ ଆଇପିଏଲରୁ ବାଦ୍ ପଡିବା ନେଇ ନିଜେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳ ଟୁଇଟ୍ କରି ସୂଚନା ଦେଇଥିବାବେଳେ, କେ ଏଲ୍ ରାହୁଲ ବାଦ୍ ପଡିବା ଦଳ ପାଇଁ ବଡ କ୍ଷତି ବୋଲି କୁହାଯାଉଛି ।

ଲକ୍ଷ୍ନୌ ଦଳ ପକ୍ଷରୁ କୁହାଯାଇଛି ଯେ, ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ ଆହତ ହୋଇଥିବା କେ ଏଲ ରାହୁଲ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ଅନୁପସ୍ଥିତି ଦଳ ନିଶ୍ଚୟ ଅନୁଭବ କରିବ । ତେବେ ଖୁବଶୀଘ୍ର ରାହୁଲ ସୁସ୍ଥ ହେବା ସହିତ, ପଡିଆକୁ ଫେରନ୍ତୁ ବୋଲି ଲକ୍ଷ୍ନୌ ଦଳ ପକ୍ଷରୁ କୁହାଯାଇଛି ରାହୁଲଙ୍କ ୨୦୨୩ ମସିହାର କ୍ରିକେଟ୍ ସଫର ଶେଷ ହୋଇଯାଇଛି । ଚଳିତ ବର୍ଷ ସେ ଆଉ କ୍ରିକେଟ୍ ଖେଳିନପାରନ୍ତି । ମୁମ୍ବାଇରେ ତାଙ୍କର ସ୍କାନ୍ ଶେଷ ହୋଇସାରିଛି । ଯାହା ପରେ ବିସିସିଆଇ ଏବେ ଏହି ଘଟଣାରେ ଦେଖାରଖା କରୁଛି । ତେବେ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ, ଗୋଟିଏ ଚୌକାକୁ ବଞ୍ଚେଇବାକୁ ଯାଇ ଆହତ ହୋଇଥିଲେ ରାହୁଲ । ହଠାତ୍ ତାଙ୍କ ଗୋଡ ରହିଯିବା ସହିତ, ସେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ତୁରନ୍ତ ସେ ପଡିଆରୁ ପଳାଇଯିବା ସହିତ, ରେଷ୍ଟ ନେଇଥିଲେ । ତେବେ ବ୍ୟାଟିଂ ବେଳକୁ ରାହୁଲ ଓପନିଂ ନଆସି, ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଆଉ ବ୍ୟାଟିଂ କରିବା ସମୟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ହେଲେ ଏବେ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିଛନ୍ତି ।

Leave a Reply

Your email address will not be published. Required fields are marked *