ବିଜେଡିରୁ ନିଲମ୍ବିତ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କୁ ଆଗାମୀ ନିର୍ବାଚନରେ ଦଳ ଟିକେଟ ଦେବକି ନାହିଁ ତାହାର ଗ୍ୟାରେଣ୍ଟି ଏଯାବତ ମିଳିନାହିଁ । କାରଣ ଦିନ ଦ୍ବିପହରରେ ପ୍ରଶାନ୍ତ ଯେଉଁ ଭଳି କାଣ୍ଡ କରିଥିଲେ ତାକୁ ଦୃଷ୍ଟିରେ ରଖିଲେ ଜଗଦେବଙ୍କୁ ଟିକେଟ ଦେବା ଦଳପାଇଁ ବୁମେରାଙ୍ଗ ହୋଇପାରେ । ଯେହେତୁ ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକି ଅଛି । ତେଣୁ ସୁରକ୍ଷିତ ଶିବିର ପ୍ରଶାନ୍ତ ଖୋଜୁଥିବା କୁହାଯାଉଛି । ଆଉ ଅପରାଜିତା ଏହି  ସୁଯୋଗର ଫାଇଦା ନେବାକୁ କୌଣସି କସରତ ଛାଡି ନଥିବା କୁହଯାଉଛି । ବୋଲଗଡ ବେଗୁନିଆ କୁ ନିଜର ସୁରକ୍ଷିତ ଆସନ କରିବା ପାଇଁ ଜଗଦେବଙ୍କୁ ବିଜେପିରେ ମିଶାଇବାକୁ ଅପରାଜିତା ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି 

ଅପରାଜିତାଙ୍କୁ ଶକ୍ତିଶାଳୀ କରିବେ ଜଗଦେବ !  ଦିଲ୍ଲୀରେ ସରିଛି ବୈଠକ ବିଜେପିକୁ ଗଣେଶ ଯିବା ଧାର୍ଯ୍ୟ ! ନିର୍ବାଚନ ପୂର୍ବରୁ ପଦ୍ମ ଧରିବେ ଜଗଦେବ  । ୨୦୨୪ ନିର୍ବାଚନ ପାଇଁ ଏବେ ଠୁ ଅଣ୍ଟା ଭିଡ଼ିଲେଣି ଅପରାଜିତା । ଶୁଣିବାକୁ ମିଳୁଛି ଏବେ ଅପରାଜିତାଙ୍କର ଆଉ ସାଂସଦ ହେବାକୁ ମୋହ ନାହିଁ । କାରଣ ମନ୍ତ୍ରୀ ପଦ ବିନା କେବଳ ସାଂସଦ ହୋଇ ଦିଲ୍ଲୀ ଯିବାକୁ କାଳେ ଅପରାଜିତା ଚାଁହୁନାହାନ୍ତି । ଆଗାମୀ ୨୦୨୪ ନିର୍ବାଚନରେ ଅପରାଜିତା ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବେ । କିନ୍ତୁ ଏହା ପୂର୍ବରୁ ନିଜର ଟିମ ଗଠନ କରିବାକୁ ଅପରାଜିତା ଗୁରୁତ୍ୱ ଦେଉଥିବା ଶୁଣିବାକୁ ମିଳୁଛି । ଆଉ ଅପରାଜିତାଙ୍କ ଏହି ଟିମରେ ବିଜେଡିରୁ ନିଲମ୍ବିତ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କ ନାଁ ସର୍ବ।ଗେ ରହିଛି । ତେବେ ଅପରାଜିତା କାହିଁକି ପ୍ରଶାନ୍ତଙ୍କୁ ବାଛିଛନ୍ତି ତାହା ଅନେକଙ୍କୁ ଦ୍ବନ୍ଦରେ ପକାଇପାରେ ନିଶ୍ଚିନ୍ତ ।

କିନ୍ତୁ ଏହାର ଉତ୍ତର ହେଲା ଉଭୟଙ୍କର ଫାଇଦା ପଲିଟିକ୍ସ । ଗୋଟିଏ ପଟେ ପ୍ରଶାନ୍ତ ବିଜେଡିରୁ ନିଲମ୍ବିତ ହେଲା ପରେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତାରେ । ଆଉ ଗୋଟିଏ ପଟେ ଅପରାଜିତା ନିଜ ପାଇଁ ଯେଉଁ ସେଭ ଜୋନ ବାଛିଛନ୍ତି ସେଠାରେ ପ୍ରଶାନ୍ତଙ୍କ ପତିଆରା କାହିଁରେ କଣ । ଏଭଳି ସ୍ଥଳେ ନିଜର ରାଜନୈତିକ କ୍ୟାରିଅର ବଞ୍ଚାଇବାକୁ ଉଭୟ ପ୍ରଶାନ୍ତ ଓ ଅପରାଜିତ ଗୋଟିଏ ଘାଟରେ ପାଣି ପିଇବାକୁ ମନ ସ୍ଥିର କରିଥିବା ଶୁଣିବାକୁ ମିଳୁଛି । ଆଉ ଏଥିପାଇଁ ଅପରାଜିତା କାଳେ ପ୍ରଶାନ୍ତଙ୍କୁ ପଦ୍ମ ପୋଖରୀରେ ବୁଡ଼ ପକାଇବାକୁ ଅଫର କରିଥିଲେ । ଯାହାକୁ ଅନୌପଚାରିକା ଭାବେ ଗଣେଶ ମାନିନେଇଥିବା ଚର୍ଚ୍ଚା ହେଉଛି 

Leave a Reply

Your email address will not be published. Required fields are marked *