ରେଡିଓ ଓ ଦୂରଦର୍ଶନରେ ମନର କଥା କହିଲେ ମୋଦି । ସାଧାରଣ ନାଗରିକ ପ୍ରେରଣାଦାୟକ କାହାଣୀର ଆଉ ଏକ ପର୍ବ।ଏହି ଅନନ୍ୟ ପ୍ଲାଟଫର୍ମ କିପରି ସାଧାରଣ ନାଗରିକଙ୍କ ମଧ୍ୟରେ ପ୍ରତିଭାକୁ ଉତ୍ସାହିତ କରୁଛି, ସକରାତ୍ମକତା ବିସ୍ତାର କରିଛି ଏବଂ କିଭଳି ସମଗ୍ର ଭାରତକୁ ଏକଜୁଟ କରି ପ୍ରେରଣା ଯୋଗାଉଛି ସେ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ।

ବେଟି ବଚାଓ ବେଟି ପଢ଼ାଓରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି ଆଜିର ମନ୍ କି ବାତ୍‌ରେ । ମନ୍ କୀ ବାତ୍’ ଜନ ଆନ୍ଦୋଳନରେ ପରିଣତ ହୋଇଛି, ଏହା ଆପଣମାନେ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୋଟି କୋଟି ଲୋକଙ୍କ ସହ ଯୋଡ଼ି ହୋଇ ରହିବା ମୋର ଉଦ୍ଦେଶ୍ୟ ଥିଲା । ମୁଁ ଆପଣମାନଙ୍କଠାରୁ ଦୂରରେ ନାହିଁ, ଆପଣମାନଙ୍କ ନିକଟରେ ଅଛି’ । ଦେଶର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ମୁଁ ପ୍ରେରଣା ପାଇଛି । ମନ୍ କୀ ବାତ୍’ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ । ଆମେ ଅନ୍ୟମାନଙ୍କ ଗୁଣକୁ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *