କ୍ରୀଡ଼ା ସେନସସନରୁ କଭରପେଜ୍ । ଆଉ ପ୍ରଚ୍ଛଦପୃ୍ଷ୍ଟାରେ ପ୍ରେମିକାଙ୍କ ଛବି । ପ୍ରେମିକାଙ୍କ ମଥାରେ ଦୂତି ଚାନ୍ଦ ପିନ୍ଧାଇ ଦେଉଥିବା ସିନ୍ଦୁର, ଫଟୋ ସୁଟ୍ ପାଇଁ କରାଯାଇଛି ସତ । କିନ୍ତୁ ଫଟୋ ଜରିଆରେ ଦିଆଯାଇଥିବା ବାର୍ତା ଅତିସ୍ପଷ୍ଟ । ସମଲିଙ୍ଗୀ ସମ୍ପର୍କକୁ ସିନା ସ୍ୱୀକୃତି ମିଳିଛି, କିନ୍ତୁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଏବେ ବି ସମଲିଙ୍ଗୀଙ୍କୁ ଅନେକ ବାଟ ଯିବାକୁ ବାକି ରହିଛି । ଠିକ୍ ସେତେବେଳେ ଦୂତିଚାନ୍ଦ ଏବଂ ତାଙ୍କ ଫଟୋ ଚିତ୍ର ଇଣ୍ଡିଆ ଟୁଡେ ମାଗାଜିନ୍ ରେ ସ୍ଥାନ ପାଇଛି ।

ଯଦିଓ ସାମାଜିକ ରୀତିନୀତିରେ ଦୂତି ଚାନ୍ଦଙ୍କ ବାହାଘର ହୋଇନି, ତଥାପି ଠାକୁରଙ୍କ ସାମ୍ନାରେ ଉଉୟେ, ଉଭୟଙ୍କୁ ବରଣାମାଳା ପିନ୍ଧାଇ ସ୍ୱାମୀ-ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି ମୋନାଲିସା ଓ ଦୂତି । ଯେତେବେଳେ ମୋନାଲିସାଙ୍କ ସହ ଜୀବନ ବିତାଇବା ପାଇଁ ମନସ୍ଥ କରିସାରିଛନ୍ତି ଦୂତି, ସେତେବେଳେ ପରିବାରକୁ ଆଗକୁ ବଢ଼ାଇବା ପାଇଁ ଯୋଜନା ମଧ୍ୟ କରୁଛି । ଏଥିପାଇଁ ସେ ବାପା ହେବାର ସ୍ୱପ୍ନ ଦେଖୁଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *